Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

3  

Ajit Kumar Raut

Tragedy

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ପ୍ରହାର

ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ପ୍ରହାର

1 min
202



ପ୍ରଖର ଖରାର ଗ୍ରୀଷ୍ମର ଋତୁର


ଅଥୟଟି ମନ ପ୍ରାଣ,


ସଙ୍ଗରେ ଆଣିଛି କରୋନା ଯନ୍ତ୍ରଣା


କମ୍ପିତ ହୁଅଇ ପ୍ରାଣ।


ତାତିଲା ଧରିତ୍ରୀ ଅସ୍ଥିର ପ୍ରାଣଟି


ରୋଗେ କଲବଲ କରେ,


କରୋନା ଯନ୍ତ୍ରଣା ଘାତକଟି ପ୍ରାଣେ


ବୁଦ୍ଧି ଦିଶୁ ନାହିଁ କାରେ ।


କି ସଂଯୋଗ ଆଜି ଦେଶେ ଆଶି ଅଛି


ରୋଗ ସଙ୍ଗେ ଖରା ପୁଣି,


ଖରାର ପ୍ରଭାବ ଅତି ହିଁ କଠୋର


ଡେଇଁ ଆସେ ରୋଗ ପୁଣି।


ଭୟାଭୟ କାଳେ କେବଳ ଭରୋସା


ଜଗତର ନାଥ ପୁଣି,


ବଡ ଦେଉଳରୁ କୄପାଦୄଷ୍ଟି ଦିଅ


ଭୟ ମୁକ୍ତ ହେଉ ପୁଣି।


ତବ ବିନୁ ଗତି ନାହିଁ ରେ କାଳିୟା


ନୀଳା କରୁ ଅଛୁ କିଆଁ,


ଭକ୍ତଙ୍କ ରୋଦନ କାନ ଡେରି ଶୁଣ


ନିରବେ ବସିଛୁ କିଆଁ।


ପ୍ରଖର ଖରାର ଗ୍ରୀଷ୍ମର ଋତୁର


ଅଥୟ ଟି ମନ ପ୍ରାଣ,


ସଙ୍ଗରେ ଆଣିଛି କରୋନା ଯନ୍ତ୍ରଣା


କମ୍ପିତ ହୁଅଇ ପ୍ରାଣ।




Rate this content
Log in

Similar oriya poem from Tragedy