STORYMIRROR

Arjuni charan Behera

Inspirational

4  

Arjuni charan Behera

Inspirational

ଗ୍ରୀଷ୍ମ ଭାବନା

ଗ୍ରୀଷ୍ମ ଭାବନା

1 min
238


ଆସିଲା ବଇଶାଖ ଜ୍ୟେଷ୍ଠ l

       ପ୍ରଚଣ୍ଡ ନିଦାଘର କଷ୍ଟ ll


ଶୁଖିଲା ପଙ୍କ ସରସୀର l

       ଦୁର୍ଗତି ଜଳଚରଙ୍କର ll


ଶୁଷ୍କ ପାଦପ ଶୁଷ୍କ ମହୀ l

   ପାଦ ଭୂମିରେ ନୁହେଁ ଥୋଇ ll


ପ୍ରଖର ବହେ ଶୁଷ୍କ ଝାଞ୍ଜି l

     ଭରସା ପଖାଳ ଓ କାଞ୍ଜି ll


ଝିଙ୍କାରି ଝିଇଁ ଝିଇଁ ନାଦେ l

    ମହୀ କମ୍ପଇ ବୀର ବାଦ୍ୟେ ll


ନିରବି ଗଲେଣି କୋକିଳ l

     ଚାତକେ ମାଗିଲେଣି ଜଳ ll


ହନୁ ଲାଙ୍ଗୁଳେ ବୈଶ୍ୱାନର l

     ଭବିଷ୍ୟ କଲେ ପାଞ୍ଜିକାର ll


ଡହକ ଚକଡା଼ ଲଗାଣ l

       ଆବର ସର୍ବତ୍ର ଲଗାଣ ll


ପ୍ରବଳ ହେବ ଝଞ୍ଜାବାତ l

      ଗୁଳୁ ଗୁଳି ଓ ଅଗ୍ନ୍ୟୁତ୍ପାତ ll


ମାନବେ ହୁଅ ସାବଧାନ l

     ଗ୍ରୀଷମେ କର ଜଳ ଦାନ ll


ଗ୍ରୀଷ୍ମ ବିନୋଦେ ବନମାଳୀ l

     ବାହାରିଲେଣି ଚାପ ଖେଳି ll


ଖଣ୍ଡ ଚନ୍ଦନ ମଣ୍ଡି ଅଙ୍ଗେ l

     ଶରୀର ଶୀତଳନ୍ତି ରଙ୍ଗେ ll


ଭୂମିରୁ ଶୋଷି ଜଳ ମଳ l

     ସୂର୍ଯ୍ୟ ଶୃଜିଲେ ମେଘମାଳ ll


ଜ୍ୟେଷ୍ଠର ଶେଷରେ ଆଷାଢ଼ l

     ଆକାଶେ ମେଘ ଘଡ଼ ଘଡ଼ ll


ବଜ୍ର ନାଦରେ କମ୍ପେ ମହୀ l

       ମେଘେ ବିଜୁଳି ଚମକଇ ll


ଶୀତଳ ସନ୍ତାପିତ ମହୀ l

      ଗ୍ରୀଷମ ପଳାଇଲା ଧାଇଁ ll


ରଥରେ ଚକ୍ରୀ ଚକ୍ରଧର l

      ଚକ୍ରରେ ଘୁରାନ୍ତି ସଂସାର ll


ନମସ୍ତେ ବିଶ୍ୱ କାରିଗର l

       ଅଗତି ଗତି ପ୍ରାଣୀଙ୍କର ll



Rate this content
Log in

Similar oriya poem from Inspirational