STORYMIRROR

Subrat Malik

Tragedy

3  

Subrat Malik

Tragedy

ଗରିବର ଇତିହାସ

ଗରିବର ଇତିହାସ

1 min
149


ଆଖିରେ ଆଖିଏ ଲୁହଛାତିରେ ଛାତିଏ କୋହ

ଗରିବର ଜନ୍ମସିଦ୍ଧ ଅଧିକାର ପ୍ରାକ ଐତିହାସିକ କାଳରୁ ବର୍ତ୍ତମାନ ବଦଳୁଛି କେବଳ କ୍ୟାଲେଣ୍ଡରର ପୃଷ୍ଠା

ଦିନ ପରେ ଦିନ, ବର୍ଷ ପରେ ବର୍ଷ ଦଶନ୍ଧି,

ଶତାବ୍ଦୀର ସଂଖ୍ୟାଖେଳ ଓ ଗଣତାନ୍ତ୍ରିକ ସରକାର ।।


ହେଲେ ବଦଳୁନି ତା ଦରଫଟା କପାଳ ଲିଖନ

ଗର୍ଭେ ଥାଇ ପାଇଛି କି ଅଭିଶାପ !

ଅବା ଗରିବୀର ଅମରତ୍ୱ

ଜନ୍ମରୁ ମୃତ୍ୟୁ ଯାଏ ସହନଶୀଳତାର ଲକ୍ଷଣ ଦେଖି  

ହୋଇଛି କି ସୃଷ୍ଟିକର୍ତ୍ତାଙ୍କ ମହା ଷଡ଼ଯନ୍ତ୍ରର ଶିକାର !


ପିଞ୍ଜରା ହାଡ଼ ମୂକ ସାକ୍ଷୀ ଭୋକର

ପରସ୍ତ ପରସ୍ତ ଶୂନ୍ୟ ଆବରଣ

ଦିଏନାହିଁ ଦିବାନିଶି ବିଶ୍ରାମର ଅବସର 

ଆଗ ପଛ ହୋଇ ପୁଣି

ଲାଗିରହିଥାଏ

ପିମ୍ପୁଡି ଧାଡି ପରି ରୋଗର ସିଧା ସିଧା ଲମ୍ବା ଲାଇନ

ଶେଯ ବିଛଣାରେ ଚାଲିଥାଏ ଅହରହ ସଂଘର୍ଷ

ଜୀବନ ଜୀଇଁବାକୁ ଜୀବନ ଚାହେଁ ବୋଲି

କେବେ ଓଦା କନାକୁ ଅସ୍ତ୍ର କରେ

ତ କେବେ ଗୁଣି ଗାରେଡ଼ିର ବଶ୍ୟତାକୁ

ବିବଶତାର ଦେଇ କରୁଣ ସ୍ବୀକାରୋକ୍ତି ।।


ଶାସକର ଯୋଜନାବଦ୍ଧ ଶୋଷଣ ଓ ଅତ୍ୟାଚାରେ

ନିଷ୍ପେସିତ ,ଲୁଣ୍ଠିତ ,ସର୍ବହରା ସେ

ପୁଞ୍ଜିପତି ଗୋଷ୍ଠୀର ସ୍ୱାର୍ଥ ଲେଖେ ତା'ର ଭବିଷ୍ୟତ

ମଶାଣୀ ଯୁଇଁରେ ଜଳିବା ଆଗରୁ

ତିଳତିଳ ଜଳୁଥାଏ ପ୍ରତିକ୍ଷଣ

ସେଥିପାଇଁ ଡାକେ ହାତଠାରି ମୃତ୍ୟୁର ମୁନିବକୁ

ସବୁଦିନ ଅଧା ମରି ଅଧା ବଞ୍ଚିବା ଅପେକ୍ଷା

 ଏକାଥରେ ମରିଯିବା ଶ୍ରେୟଙ୍କର ବୋଲି ।।


Rate this content
Log in

Similar oriya poem from Tragedy