Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

4.1  

Santosh Pattnayak

Others

ଗୃହଲକ୍ଷ୍ମୀ

ଗୃହଲକ୍ଷ୍ମୀ

1 min
371


ଶାନ୍ତି ଦୟା କ୍ଷମା ସ୍ନେହ ଶ୍ରଦ୍ଧା ପ୍ରୀତି 

    ଧରି ଥାଇ ହୃଦୟରେ 

ନାରୀ ଟିିଏ ଗଢେ ସୁଖର ସଂସାର

    ତ୍ୟାଗ ସେବା ମାଧ୍ୟମରେ 

   ଚିତ୍ତ ଥୋଇ ସ୍ବାମୀ ଠାରେ

ସାଧ୍ବୀ ପତିବ୍ରତା ଗୃହଲକ୍ଷ୍ମୀ ଟିଏ

     ବୋଲାଏ ସିଏ ସଧିରେ ।


ଲକ୍ଷ୍ମୀ ଯେହ୍ନେ ଦେଇଥାନ୍ତି ଯଶଃକୀର୍ତ୍ତି 

    ସେହି ପରକାରେ ନାରୀ

ସବୁ ମନ ଜିିଣି  ପାଳେ ପରିବାର 

     ସାଜିକି ସିଏ ଗୃହିଣୀ

     ଅନ୍ୟ ଅର୍ଥେ ଘରମଣୀ 

ଝଟକୁ ଥାଏ ସେ ସଂସ୍କାର ଖୋଳରେ

     ପ୍ରଣୟିନୀ ଶିରୋମଣି ।


ସଂସ୍କୃତି ସଂସ୍କାର ପରିପୂର୍ଣ୍ଣ ଧାରେ

    ଆଦର୍ଶ ଯା ମତିଗତି 

ସେଇ ଗୃହଲକ୍ଷ୍ମୀ ପରିବାର ଶକ୍ତି 

     ଝଟକୁଥାଏ ତା' କାନ୍ତି 

    ସମାଜେ ବିରାଜେ ଶାନ୍ତି 

 ଆଦର ଆବୋରି  ତିକ୍ତ ପରିହରି 

    ଗୃହଲକ୍ଷ୍ମୀ ହୁଏ ବ୍ରତୀ ।

      

ଧନ୍ୟ ଗୃହଲକ୍ଷ୍ମୀ ଧନ୍ୟ ତ୍ୟାଗ ଭକ୍ତି

    ଘେନି ସଦାଚାର ନୀତି 

ମନେ କରି ପଣ  ମନାସଇ ସୁୁଖ 

     ନିିିସ୍କାମ ମନରେ ତିିନ୍ତି 

     ଦିିଅ ପ୍ରଭୁ ତାକୁ ଶକ୍ତି 

ସମାଜ ସଂସ୍କାରେ  ଗୃୃହଲକ୍ଷ୍ମୀ ଲଭୁ

     ଅଶେଷ ଗାରିମା ସ୍ଥିତି ।


Rate this content
Log in