ଗୋଟିଏ ଚୁମ୍ବନ କୋଟିଏ କଥା
ଗୋଟିଏ ଚୁମ୍ବନ କୋଟିଏ କଥା
ଲକ୍ଷେ ଫଗୁଣ ଯେ ବିଦାୟ ନେଇଛି
ଛୁଇଁନି ଜମା ମୋ ଦେହ
ଯେବେ ଆସି ପ୍ରିୟା ଛୁଇଁ ଦେଇଗଲା
ବାସିଲି ମୁଁ ମହ ମହ ।।
କାମନା ଆଖିରେ କଣେଇ ଦେଖୁଛି
ଦୁଷ୍ଟ ମଳୟ ମୋ ଦେହ
ଚୁମ୍ବନ ଆଙ୍କିଛି ପ୍ରେୟସୀ ମୋହର
ତୁଟାଇ ଲଜ୍ୟାର ମୋହ ।।
ଯୌବନ ହାଟରେ ଶରୀର ଦେଉଳ
ହେଉଛି କେତେ ଅଥୟ
ପ୍ରୀତି ଶିହରଣେ ମନ ଓ ହୃଦୟେ
ଭରିଛି ଅଦେଖା କୋହ ।।
ରତି ଜର୍ଜରିତ କଳ୍ପନା କୋଣାର୍କେ
ଦିଶେ ଖାଲି ସେଇ ମୁହଁ
ସ୍ବପ୍ନ ଫୁଲ ବନେ ଶୋଭିତ ମଳୟେ
ତାହା ସମ କେହି ନୁହଁ ।।
p>
ଲାଜେଇ ପ୍ରିୟାର ଲାଜୁଆ ଇଛାରେ
ଚୁମ୍ବନ ଲାଳସା ପ୍ରାୟ
ଆଡ ଆଖିର ସେ ବାଙ୍କ ଚାହାଣୀରେ
ଅଦିନ ମେଘ ଯେ ଥୟ ।।
ଶିଥିଳ ହୁଏ ମୋ ପାଦ ଦୁଇ ଯେବେ
ଖୋଜେ ତା ପ୍ରିତିର ଖିଅ
ପଡିବା ଆଗରୁ ବାନ୍ଧି ରଖେ ସିଏ
ଚୁମ୍ବନରେ ବୋହି ସୁଅ ।।
ଆଜିର ଦିବସେ ପ୍ରେମ ସମୀରଣେ
ବଜ୍ର ଶପଥଟେ ନିଅ
ଅଧରେ ଫୁଟେଇ ବିଳାସୀ ବାସନା
ଚୁମ୍ବନଟେ ଦେଇ ଦିଅ ।।