Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଗୋଲାମ

ଗୋଲାମ

1 min
195



ଆସ ଫେଣ୍ଟାଫେଣ୍ଟି କରିନେବା ଜୀବନକୁ

ବାଛିବୁଛି ତାସମୁଠା ପରି 

କରିନେବା ବଣ୍ଟାକୁଣ୍ଟା

ହେବା ବୋଲି ଡକାହକା

ଏକା କିମ୍ବା ସାଥି ହୋଇ

ତାସପତ୍ତି ରଙ୍ଗ ଖେଳ ମଜାଦାର ଭାରି ।


ଏକାଦଶ ପତିଟି ଗୋଲାମ

ଚର୍ତୁବିଧ ଛବିଳ ପ୍ରକାର 

ନିରଙ୍କୁଶ କ୍ଷମତାର ଅଧିକାରୀ ନିଜ ନିଜ

କ୍ଷେତ୍ର ପରିସରେ

ମାତ୍ର ଉଚ୍ଚ ସ°ଖ୍ୟା ବୋଲି ଡାକି

ଯିଏ ଖେଳ କରେ

ଗୋଲାମ ତା କ୍ଷମତା ଜାବୁଡେ

ଶକ୍ତିଶାଳୀ ଧାରେ ତାର

ଭିନ୍ନରଙ୍ଗ ମହାରଥୀ ହୋଇଥାଉ ଯେଡେ

କଟିଯିବା ଥୟ ହିଁ ନିଶ୍ଚୟ

ସିଏ ବାଜି ହାରେ

ମାଟିକୁ କାମୁଡେ ।


ଅତି ଭାବ ବିଶ୍ୱାସ ସମ୍ପର୍କେ

ବାହୁବଳେ ଗୋଲାମଟି କୀଚକ ବି ହୁଏ 

ବିରାଟ ରାଜାଙ୍କ ପାଖେ ସୁଯୋଗକୁ ଉଣ୍ଡି

ଅଭିସାର ରଚଇ ଅନ୍ଧାରେ  

ଅଜ୍ଞାତବାସରେ

ନିରୁପାୟ କଙ୍କ କ୍ରିତଦାସ

ବୃହନ୍ନଳା ନୃତ୍ୟ ବାଦ୍ୟ ସଙ୍କୀର୍ତ୍ତନ ରତ

କିଙ୍କର କିନ୍ନର 

ସୂତ୍ରଧର ବୃକୋଦର ପାଚନ ସମାପ୍ତି ପରେ

ସମତାଳେ କରିବାକୁ ଅଭିନୟ

ଯବନୀକା ଦୃଶ୍ୟ ଚମତ୍କାର

ରୋଚକ ସେ ଦ୍ୱାରକିଳା ନିରନ୍ଧ୍ର ପ୍ରହାର 

ସୁପ୍ରସ୍ତୁତ ଏବେ ।


ଅସମ୍ଭାଳ ଦୁଃଖ ବଳାତ୍କାର

ଅସମ୍ଭବାୟନ ଖେଳସୂତ୍ରେ 

କାଳବେଳା ହୋଇପାରେ ଦୂର

ଆସିପାରେ ପାର୍ବଣର ମାହେନ୍ଦ୍ର ମୁହୂର୍ତ୍ତ

ବିଚରା ସୈରିନ୍ଧ୍ରୀଙ୍କର ହୋଇପାରେ

ଅବଶ୍ୟ ଉଦ୍ଧାର

ରହିଛି ନଜୀର ।

 -----



Rate this content
Log in

Similar oriya poem from Inspirational