Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

3  

Birakishore Nayak

Tragedy

ଗୋଧୂଳି ବେଳା

ଗୋଧୂଳି ବେଳା

1 min
140


ଜୀବନ ଗୋଧୂଳି ବେଳାରେ ସତେକି

   ଶୁଷ୍କ ମରୁଭୂମି ମାୟା 

ବିଷର୍ଣ୍ଣତା ଭରେ ଅବସନ୍ନ ମନେ

   ତନୁ ବି ହୁଏ ଅକ୍ରିୟା |


ଲିଭି ଲିଭି ଯାଏ ଆୟୁଷର ରେଖା

   ମରି ମରି ଯାଏ ଆଶା 

ପ୍ରୀତି ସୋହାଗର ଦିନ ଯେ ସରିଛି 

   ହୃଦୟେ ଭରେ ନିରାଶା |


ନୀଳ ଆକାଶଟା ଫିକା ପଡ଼ିଲାଣି

   ଜୀବନ ଉଦାସ ଲାଗେ 

ମନେପଡି ନିତି ଅତୀତର ସ୍ମୃତି

   ଭଗ୍ନ ହୃଦୟକୁ ଦାଗେ |


ବାଲ୍ୟ ବିତିଥିଲା ସାଙ୍ଗସାଥି ମେଳେ

   ପରିଜନ ପ୍ରୀତି ପାଇ 

କୈଶୋର ସମୟେ ଥିଲା ପ୍ରୀତି ରଙ୍ଗ

   ଭବିଷ୍ୟତ ଚିନ୍ତା ଥାଇ |


ଯୌବନେ ମିଳିଲା ସୋହାଗ ଅନ୍ୟର

   ଦୁଇ ଆତ୍ମା ମିଶିଗଲା 

ଅର୍ଥ ରୋଜଗାର ନିଶାରେ ନିଶାରେ 

   ଯଉବନ ବିତିଗଲା |


ଅପରାହ୍ନ ପରେ ଗୋଧୂଳିର ବେଳା

   ଜୀବନେ ଯନ୍ତ୍ରଣା ଭରେ 

ମ୍ଳାନ ହୋଇଯାଏ ଆଖିର ପରଶ

   ଅବଶୋଷ ଅଶ୍ରୁ ଝରେ |


ଜୀବନର ସନ୍ଧ୍ୟା ଘନେଇ ଆସୁଛି

   ସନ୍ଧ୍ୟା ପରେ ହେବ ରାତି 

ଜୀବନ ରଜନୀ ଆଉ ପାହିବନି

   ଲିଭିବ ନୟନ ଜ୍ୟୋତି |



Rate this content
Log in