ଗୋଡ଼
ଗୋଡ଼
ଗୋଡ
ଖୁବ୍ କମ୍ ବୁଝିପାରେ ବୋଲି
ତୁମ ରାସ୍ତାର ଦୁଇପାର୍ଶ୍ବରେ
ନିତି ଯିବା ଆସିବା କରେ
କିଛି ରାସ୍ତା ନିଜେ ତିଆରିବାକୁ
ମୋ ସାମ୍ନା ଦେଇ ଯାଅ ଯେବେ
ତୁମ ଗୋଡ଼ ପାଉଁଜି ଧ୍ବନିରେ
ମୋ ଗୋଡ଼ ମନଭରି ନାଚେ
କିନ୍ତୁ ଅବୁଝା ହୁଅ ବୋଲି ଦୁଃଖୀ ହୁଏ
ମନ୍ଦିର ଅନତି ଦୂରରେ ବସି,
ଢେର ସାରା ଏଣୁତେଣୁ ଭାବେ
ତୁମେ ଫେରିଗଲା ପରେ
କିଛି ଛାଇ ଆଲୁଅର ଖେଳ ଭଳି
ତୁମ ପାଦ ଚିହ୍ନ ସହ,
ମୋ ପାଦର ଆକାର ହିସାବ କରେ
ଧୂଳି ଧୂସର ରାସ୍ତାରେ
ମୋ ଗୋଡ଼ ଧାଇଁଛି କେତେ ଯେ ଦୂର
ଭେଟ ହେବାର ବାହାନା ନେଇ
ତୁମ ମନକୁ ଚୋରି କରେ ସିନା,
କିନ୍ତୁ ନେଇ ପାରେନା