Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Classics Children

3  

Binata Mohanta

Classics Children

ଗଙ୍ଗଶିଉଳି

ଗଙ୍ଗଶିଉଳି

1 min
164


ଶରତ ଆଗମନେ ଶିଶିର ଛୁଆଁରେ

     ଅଙ୍ଗଲତା ମୋର ଖେଳେ

ଶୁଭ୍ର ସ୍ଵଚ୍ଛ ରଙ୍ଗେ ଚହଟି ଉଠେ ମୁଁ

      ନୀଳ ଆକାଶର ତଳେ  ।


ଗୋଟିଏ ରାତିରେ ଅନେକ ସପନ

      ପ୍ରଭାତରୁ ଯାଏଁ ମୁଁ ମଉଳି

କ୍ଷଣସ୍ଥାୟୀ ଜୀବନ ଏ ଧରା ଧାମରେ

      ନାଁ ମୋର ଗଙ୍ଗଶିଉଳି  ।


ସଭିଏଁ ବିଶ୍ରାମ ନିଅନ୍ତି ରାତିରେ

      ମୁଁ ଆଶେ ଏହି ଅନ୍ଧାରରେ

ଏକୁଟିଆ କାଳେ ହୋଇଯିବି ମୁହିଁ

      ଭାବି ଆସନ୍ତି ତାରା ଜହ୍ନ ମୋ ସାଥୀର ।


ଚାରି ଆଡେ଼ ବିଞ୍ଚି ଦେଇ ମଧୁର ମହକ

      ହରାଇ ଥାଏ ମୋର ସ୍ବଳ୍ପ ଜୀବନ

ଦେଇଥାଏ ଜଗତକୁ ଏହି ବାରତା

      ବାହୁଡିବା ଦିନେ ଛାଡି ସମସ୍ତ ବନ୍ଧନ   ।


Rate this content
Log in

Similar oriya poem from Classics