ଗଙ୍ଗା ଯେ ଦେଶେ ବହେ,
ଗଙ୍ଗା ଯେ ଦେଶେ ବହେ,


ଗଙ୍ଗା ଯେ ଦେଶେ ବହେ
ସେ ଦେଶର ପ୍ରତି ବାଲି
ରେଣୁ ଅତି ପବିତ୍ର ଛୁଇଁ
ଦେଲେ ମିଳେ କୋଟି
କୋଟି ଆଶିଷ ମନେ ସଭିଙ୍କ
ଭରି ଦିଏ ଉନ୍ମାଦ
ତାରି ପାଣି ପବନେ ଗଢା
ମୋ ଶରୀର ସେ କି
ଗୌରବ ନୁହେଁ
ମସ୍ତକରେ ଯାର ହିମାଳୟ
ଗିରି ମୁକୁଟ ସାଜିଛି
ଶସ୍ୟ କ୍ଷେତ ଯା ପଣତେ
ଲୋଟିଛି
ସଦା ସବୁରି ମୁଖେ
ତୃପ୍ତି ର ହସ ଭରିଦିଏ
ସାଗର ନୀଳ ସାଗର ଯାର
ଚରଣ ଛୁଏଁ ସେ ଦେଶେ
ସୁ ଶୋଭିତ ଉତ୍କଳ ଭୂଇଁ
ଉତ୍କଳ ମନ୍ଦିର ମାଳିନୀ
ବୀର ପ୍ରସବିନୀ ଦେବ
ଭୂଇଁ ଅଟଇ ସିଏ
ଜନମି ଥିଲେ ଯେଉଁ ଦେଶେ
>
ଗାନ୍ଧୀ ବୁଦ୍ଧ ଭଳି ଅନେକ
ମହା ପୁରୁଷ କେତେ ଯେ
ମୁନି ଋଷି ତାଙ୍କରି ମହିମା
ସେ ଗାଇ ଉଠେ
ଗିରି ବନ ଲତା ପ୍ରସ୍ଫୂଟିତ
ପୁଷ୍ପ ସୁଶୋଭିତା ସଦା ଶାନ୍ତି
ବାତ୍ତା ବାଣ୍ଟୁଥାଏ
ଗଢି ଉଠିଛି ତା ଦେହେ
କେତେ ଯେ ସଭ୍ୟତା
କେଉଁ କାଳୁ କେତେ ବିଦେଶୀ
ଙ୍କ କଥା ଗଳ୍ପ ସମ କହିଦିଏ
ଦେଖିଛି ସେ କେତେ ଯେ ସମର
କଟିଛି କେତେ ମୁଣ୍ଡ
ସହିଛି କେତେ ଯାତନା
ଧାର ଧାର ବୁହା ଲୋତକ ବିନ୍ଦୁ
ତା କଥା କହେ
ଜନମ ଲୋଭିଛି ସେ ଦେଶେ
ମୁଁ ହି ସେକି ସମ୍ମାନ ନୁହେଁ ।