Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Baman Chandra Dixit

Romance

3.8  

Baman Chandra Dixit

Romance

ଗଜ଼ଲ

ଗଜ଼ଲ

1 min
196



ପାଖେଇ ପାଖେଇ ଆସୁଥିଲ

   ହେଲେ ଛୁଅଁନା ଛୁଅଁନା କହୁଥିଲ ।

ଫେରିବାକୁ ମୁହଁ ମୋଡ଼ିଲି ମୁଁ

   ତୁମେ ରୁହନା ରୁହନା କହୁଥିଲ।।


ଜାଣିଛି ମୁଁ ତୁମ ମନକଥା

    ତୁମେ ଲୁଚେଇ ପାରିବ ନାହିଁ କିଛି

କାଲି ଚୁପ୍ ଚାପ୍ ବସି ଥିଲେ ଯେବେ

   କିଛି କୁହ ନା କୁହ ନା କହୁଥିଲ।।


ତୁମ ନାକ ଫୁଲା ରାଗ ଏମିତି ଯେ

   ଅଳପ କଥାରେ କେତେ ଅଭିମାନ

ମନେଇବାକୁ ମୁଁ ଚାହୁଁ ଥିଲି

    ତୁମେ ଯାଅ ନା ଯାଅ ନା କହୁଥିଲ ।।


ମନ୍ଦ ଆଲୋକରେ ମତୁଆଲା ଆଖି

   ତୁମ ଲାଜେଇ ଲାଜେଇ ଯାଉ ଥିଲା,

ହାତ ପାପୁଲିରେ ତୋଳି ଦେଖୁ ଥିଲି

   ତୁମେ ରୁହନା ରୁହନା କହୁଥିଲ।।


ଛୁଇଁ ଦେଲି ଲାଜକୁଳୀ ଲତା

   ଲାଜେ ଝାଉଁଳି ଝାଉଁଳି ଗଲ ତୁମେ

ଥର ଥର କଣ୍ଠେ ମାଦକତା ମାଖି

   କୋଳେ ନିଅନା ନିଅନା କହୁଥିଲ।।



Rate this content
Log in

Similar oriya poem from Romance