Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Akshayakumar Dash

Romance Fantasy Others

3.8  

Akshayakumar Dash

Romance Fantasy Others

ଗୀତ

ଗୀତ

1 min
202



କିଆଁ ଫୁଟି ମହକିଲା

ପରଦେଶୀଆ ସେ ଆଖି ମାରିଲା

 ସାଙ୍ଗ ଆଖି ମାରିଲାରେ

ମନମୋ ଚହଲି ଗଲା

ସଜନୀରେ ।


କିକରିବି ଏବେ ଭଲା

ସଜନୀ ରେ।

ବଉଳ ଫୁଲର ବାସ

ଆଖି ଇସାରାରେ ଡାକିଲା ପାସ

ମନ ମୟୂରୀ ରଚଇ ରାଶ

ସଜନୀରେ।


କେରି କେରି ଦୁବ ଘାସ

 ଦାଶୀମୁହିଁ ହେଲେ ସେମୋର ଦାଶ

ସାଙ୍ଗ,ଆସିବେକି ରାଧା ପାସ

ସଜନୀ ରେ।


 ଆମ୍ବ ଡାଳେ ଡାକେପିକ

ସଂଗାତ ରେ,

ଚୋରା ପୀରତିର ଛାତିରେ ଦକ

ସଜନୀ ରେ ।


ଝୁରି ମରେ ରାତି ଦିନ ଜାଙ୍କ,

ତାଙ୍କ ବିନା ପିତା ସବୁଜାଙ୍କ

ସଜନୀରେ।


ଚଇତି ପବନ ଧୀର

ସୟନେ ସପନେ ହୁଏ ଅଧିର

ମୁହିଁ ନିରହେଲେ ସେତ କ୍ଷୀର

ସଂଗାତରେ, 

ମତେ ଘାରିଦେଲା ପ୍ରୀତି ତୀର

ସଜନୀରେ ।


Rate this content
Log in