ଗୀତ ଗୋବିନ୍ଦ
ଗୀତ ଗୋବିନ୍ଦ


ପ୍ରେମ ଓ ଭକ୍ତିର ମିଶ୍ରଣରେ ସୃଷ୍ଟି
ଯେଉଁ ନାମ ରାଧା
ସେଇ ଭାବ ଭକ୍ତି ଦିଅ ହେ ଗୋସାଇଁ
ଭକ୍ତିରେ ନରହୁ ବାଧା
ସବୁ ମାୟା ବନ୍ଧନକୁ କାଟିଦେଇ ରାଧା
ତୁମ ବିନା ଥିଲେ ଅଧା
ଅଧା ବାଟରୁ ଠକି ଦେଇ କୋଉ ପରାକାଷ୍ଠା
କଳାକାହ୍ନୁ ବଳା ଯଶୋଦା
ଆଜି ବି ଜାଗାଙ୍କ ଆଖିକୁ ନିଦ ଆସେନା
ନଶୁଣିଲେ ଗୀତଗୋବିନ୍ଦର ପଦ୍ୟା
ଜାଗାଙ୍କ ଆଖିରେ ବିଶ୍ୱରୂପ ଦେଖି ଭକ୍ତେ
ଭକତିର ସପନ ସଉଦା
ପ୍ରେମ ଭକ୍ତିର ସେ ସଉଦା ଗୀତଗୋବିନ୍ଦ
ନପଢିଲେ ନିଦ ହୁଏ ମାନ୍ଦା
ପ୍ରେମରେ ଭକତି ଭାବ ନରହିଲେ ସମ୍ପୂର୍ଣ୍ଣ
ହେବ କି ଜୀଵନ ମନ୍ଦା
<p>ଭାବ ସଙ୍ଗେ ଭକ୍ତି ମିଶି ଦିଏ ତୃପ୍ତି
ନରହିବ ଅସୁବିଧା
ପ୍ରେମ ଭକତିର ବର୍ଣ୍ଣବୋଧ ହୋଇଯିବ ଅଧା
ଭକ୍ତ ନଡାକିଲେ ରାଧେ ରାଧେ ମା ରାଧା
ସ୍ୱୟଂ ସମୁର୍ଣ୍ଣ ଜୀବନର ମନ୍ଦା ମକରନ୍ଦ
ଭକ୍ତ ଯେବେ ହେବ ଜନ୍ଦା
ସଞ୍ଚୟ ଶକତି ଭାବ ଭକ୍ତି ପ୍ରୀତି ମୈତ୍ରୀ
ଥିଲେଟି ଶାନ୍ତି ବସୁଧା
ନିଜ ଆଚରଣ ପୁଣି ଉଚ୍ଚାରଣ ଜାଣି ଜାଗରଣ
କୃଷ୍ଣ ଅଧା ରାଧା ଅଧା
ଦୁହିଁଙ୍କ ମିଳନ ପ୍ରେମ ସଙ୍ଗେ ଭକ୍ତି ଏହି ଶ୍ରୁତି
ଜଗାଏ ଜାଗୃତି ସଦା
ଜୟ ଜୟଦେବ ଜୟ ଗୀତଗୋବିନ୍ଦ ଜୟ
ଯାହା ବିନା ସବୁ ଅଧା
ଜଗାର ଆଖିରେ ନିଦ ଭରିବାକୁ ଦେବଦାସୀ
ଗାଉଥାଏ ଗୀତଗୋବିନ୍ଦର ଅଧ୍ୟା