Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parameswar Ojha

Others

2  

Parameswar Ojha

Others

ଘରଣୀ

ଘରଣୀ

1 min
131




ସମସ୍ତେ ତୁମ ପରି ହୁଅନ୍ତେ କି


    ଭାବିବା ପୂର୍ବରୁ ଆସି ଯାଆନ୍ତେ

    ମାଗିବା ପୂର୍ବରୁ ଦେଇ ଦିଅନ୍ତେ

    ଆଦେଶ ପୂର୍ବରୁ କରି ଦିଅନ୍ତେ

    ଦୁଃଖ ରେ ମୁରୁକି ହସି ଦିଅନ୍ତେ ll


ସମସ୍ତେ ତୁମ ପରି ହୁଅନ୍ତେ କି 


    ପରିସ୍ଥିତି ଦେଖି ଖର୍ଚ୍ଚ କରନ୍ତେ

    ମାନ ଅଭିମାନ ଭୁଲି ଯାଆନ୍ତେ

    ଶରଧା ସେନେହ ଢାଳି ପକାନ୍ତେ

    ପରକୁ ଆପଣା କରି ଜାଣନ୍ତେ ll


ସମସ୍ତେ ତୁମ ପରି ହୁଅନ୍ତେ କି


    ଆଖିର ଭାଷା କୁ ବୁଝି ଯାଆନ୍ତେ

    ମନ ର ବ୍ୟଥା କୁ ପଢି ଦିଅନ୍ତେ

    ହୃଦୟ ର କଥା ଖୋଲି କୁହନ୍ତେ

    ଅଳ୍ପ କେ ସନ୍ତୁଷ୍ଟ ହୋଇ ଯାଆନ୍ତେ ll


ସମସ୍ତେ ତୁମ ପରି ହୁଅନ୍ତେ କି


    ନିଜ ଦୁଃଖ ତକ ଢ଼ୋକି ଦିଅନ୍ତେ

    ଅନ୍ୟ ପାଇଁ ସୁଖ ମାଗି ଆଣନ୍ତେ

    ପରିବାର ଶାନ୍ତି ମଙ୍ଗଳ ପାଇଁ

    ନିଜକୁ ସମର୍ପି ବାଣ୍ଟି ଦିଅନ୍ତେ ll


ସମସ୍ତେ ତୁମ ପରି ହୁଅନ୍ତେ କି


   ଦୁଃଖେ ସୁଖେ ସଦା ସାଥେ ଥା'ନ୍ତେ

   ମା' ପରି ସ୍ନେହ ଢାଳି ଦିଅନ୍ତେ

   ଝିଅ ପରି ଜତ୍ନ ନେଇ ଜାଣନ୍ତେ

   ବନ୍ଧୁ ପରି ଧୈର୍ଯ୍ୟ ଦେଉ ଥାଆନ୍ତେ ll


ସମସ୍ତେ ତୁମ ପରି ହୁଅନ୍ତେ କି.........



Rate this content
Log in