Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Children

4.0  

Akshayakumar Dash

Action Inspirational Children

ଘର

ଘର

1 min
112



ଯେଉଁ ଘର ପାଖେ ଗଛ ନାହିଁ

ବାଡିବା ବଗିଚା ପଛ ଭାଇ,

ନାଲିଧଳା ଫୁଲ ଫୁଟୁନାହିଁ

କଢିରମହକ ଛୁଟୁନାହିଁ,

ତୁଳସୀ ଚଉରା ପୂଜା ନାହିଁ

ଆମ୍ବ କଦଳୀ ର ମଜା ନାହିଁ,

ଘାସଫୁଲ ହସ ଦେଖୁନାହିଁ

ଭାବନାର ଭାଷା ଲେଖୁନାହିଁ,

ସଜନା ଗଛ ବି ଉଠିନାହିଁ

ଟଗର ଗୋଲାପ ଫୁଟିନାହିଁ,

ଲେମ୍ବୁକି ଅଁଳା ଲାଗିନାହିଁ

ଅମୃତଭଣ୍ଡା ଟି ଜାଗିନାହିଁ,

ଶାଗ କି ଧଣିଆ ଦିସୁନାହିଁ

ମାଙ୍କଡ଼ ବାଡିକୁ ପସୁନାହିଁ,।

ପାରା କୁଆ ଆସି ବସୁନାହିଁ

ବଣି କି ଗୁଣ୍ଡୁଚି ହସୁନାହିଁ,

ଗାଈ ଗୋରୁ ଜମା ପସୁନାହିଁ

କୁକୁର ଦୁଆରେ ବସୁନାହିଁ,

ଅତିଥି ମାନଙ୍କ ଦେଖା ନାହିଁ

ପକ୍ଷୀର କାକଳି ଲେଖା ନାହିଁ,

ଅଗଣାରେ ଜହ୍ନ ଦେଖୁନାହିଁ

ଝରକା କୁ ଖୋଲା ରଖୁନାହିଁ,

ନିଛାଟିଆ ଘର ହୁଏ ପର

ଏକୁଟିଆ ପରି ଲାଗେ ଡର।


Rate this content
Log in

Similar oriya poem from Action