Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Tragedy Action

4  

Debabrata Mishra

Abstract Tragedy Action

ଘର ଭାଙ୍ଗୁଥିବା ଚରିତ୍ର

ଘର ଭାଙ୍ଗୁଥିବା ଚରିତ୍ର

1 min
313



ପ୍ରତି ପରିବାରରେ ପ୍ରତି ଖଞ୍ଜାରେ

ସବୁ ସାହି ସବୁ ଗଳିରେ, 

ସବୁ ଗାଁ ସବୁ ପଞ୍ଚାୟତରେ

ନିପଟ ମଫସଲରେ, ପୁରପଲ୍ଲୀରେ

ନଗରେ, ମହାନଗରେ ସବୁଠି

ଦେଶ, ବିଦେଶ ତଥା ସମାଜରେ

ଲୁଚି ରହିଥାନ୍ତି ଅନେକ କୁଟୀଳ ଚରିତ୍ର l


ଘର ଭାଙ୍ଗୁଥିବା ଚରିତ୍ରମାନେ

କୁତ୍ସିତ ସ୍ୱାର୍ଥ ଓ ଲୋଭରେ

ଛଡ଼ାଇ ନିଅନ୍ତି ମା' ଠାରୁ ଅବିବାହିତ ପୁଅକୁ 

ମୋହମାୟାର ବିଷବୋଳି ଦେଇ

ମା' ଜାଣି ମଧ୍ଯ କାନ୍ଦୁଥାଏ ଅସହାୟ ହୋଇ,

ଏଭଳି ଦୁଶ୍ଚରିତ୍ର ମାନେ ଜାଲ ବିଛାଇ

ଯଉବନର ଯାଦୁରେ ରଙ୍ଗରୂପ ଦେଖାଇ

ଛଡ଼ାଇ ନିଅନ୍ତି କେତେ ସ୍ତ୍ରୀଠାରୁ ତା ସ୍ୱାମୀକୁ, 

ଅକୁହା ଯନ୍ତ୍ରଣାରେ ଜର୍ଜରିତ ହୁଏ

ସାଧାରଣ ଘରର ସ୍ତ୍ରୀ ଟିଏ, ଝିଅଟିଏ l


ନକରାତ୍ମକ ଶକ୍ତିନେଇ କରନ୍ତି ପ୍ରୟୋଗ

କାଚ ପରି ଭାଙ୍ଗିଯାଏ ସୁସ୍ଥ ଓ ସୁନ୍ଦର ପରିବାର

କିଛି ପରିବାରରେ କାନ୍ଦୁଥାଏ ମା' 

କିଛି ପରିବାରରେ କାନ୍ଦୁଥାଏ ସ୍ତ୍ରୀ ଟିଏ

କି ପ୍ରକାର ଏ ଚରିତ୍ରଗଣ କିଏ ନାଶିବ ତାଙ୍କୁ, 

ଘରେଘରେ ଅଶାନ୍ତି ଘରେଘରେ ନିଆଁ

ଭୟଙ୍କର ଏ ଚରିତ୍ରର ମଣିଷମାନେ

ସାହସ ଦେଖାଅ ହେ ପୁରୁଷଗଣ

ସତକୁ ସାମନା କର ଦୂରକର ଭୟ l


ଏପରି ଘର ଭାଙ୍ଗୁଥିବା ଚରିତ୍ରମାନଙ୍କ ଠାରୁ

ଦୂରେଇ ଯାଅ ଫେରିଆସ ମା' କୋଳକୁ

ପରିବାରକୁ ନିଜ ଘରକୁ ନିଜ ଅଗଣାକୁ

ହସାଇଦିଅ ନିଜ ମାଆକୁ ପୋଛିଦେଇ ଲୁହ, 

ଫେରିଆସ ନିଜ ମଣିଷ ପାଖକୁ

କାନ୍ଦିକାନ୍ଦି ଜୀବନ ବିତାଉଥିବା ପ୍ରିୟ ଜନ ପାଖକୁ

ସେ ମଥା ପାଖକୁ ଯେଉଁ ମଥାରେ 

ଲାଗିଥାଏ ତୁମ ସିନ୍ଦୁର ତୁମ ସ୍ତ୍ରୀ ପାଖକୁ।।


Rate this content
Log in

Similar oriya poem from Abstract