Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ଘର ବାହୁଡା

ଘର ବାହୁଡା

1 min
183



ସଞ୍ଜ ନଇଁଗଲେ

ଆପଣା ନୀଡକୁ

ପକ୍ଷୀ ଯାଏ ଉଡିଉଡି। 

ମୁଁ ଯାଣେନା କିନ୍ତୁ

ନିଜର ଠିକଣା

ଯିବାକୁ ଘରେ ବାହୁଡି। 

ଦୁନିଆଁ ମଞ୍ଚକୁ

ଆସିଥିଲି ଦିନେ

କରିବାକୁ ଅଭିନୟ। 

ନାଟକ ସରିଲେ

ଫେରିବାକୁ ହେବ

ମୋତେ ତ ନିଜ ଆଳୟ। 

ଆସିଲା ବେଳେ ମୁଁ

ମନେତ ରଖିନି

କେଉଁଠାରେ ମୋର ଘର। 

ଫେରିବି କେମିତି

ଖୋଜୁଛି ଠିକଣା

କିଏ ବା ଦେବ ଉତ୍ତର। 

କିଏବା କହିବ

ଫେରିବା ଠିକଣା

କାହାରିକୁ ନାହିଁ ଜଣା। 

ସର୍ବେ ଏଠି ନିଜ

ଠିକଣା ଖୋଜିଣ

ହୁଅନ୍ତି ତ ବାଟବଣା। 

ମିଳନ୍ତାକି ମୋତେ

କେହି ଜଣେ ସାଥି

ଦେଖାଇବାକୁ ମୋ ଘର। 

ଫେରିଯିବେ ସବୁ

ମଶାଣି ଭୂଇଁରୁ

କରିଦେଇ ସାତପର। 

ହେ ଅନ୍ତରଯାମୀ!

ସବୁ ତୁମେ ଜାଣ

ପ୍ରଭୁ ଜଗତରନାଥ। 

ବାହୁଡାରେ ଯିବ

ମନ୍ଦିରେ ବାହୁଡି

ଅପେକ୍ଷା କରିଛି ରଥ। 

ମୋ ବାହୁଡା ଦିନ

କେଉଁଠିକି ଯିବି

ପ୍ରଭୁ ମୋତେ ଦିଅକହି। 

ଶରୀରରଥ ମୋ

ଅପେକ୍ଷା କରିଛି

ବାହୁଡାବିଜୟ ପାଇଁ। 



Rate this content
Log in