Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kulamani Sarangi

Classics

4  

Kulamani Sarangi

Classics

ଘୋଷଯାତ୍ରା (୧)

ଘୋଷଯାତ୍ରା (୧)

1 min
347


ମଙ୍ଗଳ ଆଳତି,ମଇଲମ ନୀତି 

ତଡପ ଲାଗି ସରିଲା,

ରୋଷ,ହୋମ କାର୍ଯ୍ୟ ଅବକାଶ,ସୂର୍ଯ୍ୟ,

ଦ୍ବାରପାଳ ପୂଜା ହେଲା ହେ ,

ତହୁଁ ହେଲେ ବାହାର,

ଘୋଷଯାତ୍ରାରେ ତିନି ଠାକୁର ହେ ।  


ଭକ୍ତ ଭାବଭୋଳା ବୋଲନ୍ତି କମଳା

ଲାଗିଲା ତୁମ୍ଭକୁ ଘର,

ନବଦିନ ପାଇଁ ଯାଉଅଛି ମୁହିଁ

ଘେନି ଭଗିନୀ ସୋଦର ଗୋ

ଡାକେ ଗୁଣ୍ଡିଚା ଘର,

ଜଗିଥାଅ ତୁମ୍ଭେ ଶ୍ରୀମନ୍ଦିର ଗୋ ।

           

କମଳା ବୋଲନ୍ତି "ହେ ଜଗତପତି, 

କାହିଁକି ଜଗିବି ଘର

କେତେବେଳେ କେବେ ନେଲ ସଙ୍ଗେ ଯେବେ 

ଗଲ ଛାଡି ଶ୍ରୀମନ୍ଦିର ହେ

ସଂସାରେ ପତି ପତ୍ନୀ,

କହ ଏମିତି କିଏ ଅଛନ୍ତି ହେ।       


ଭାଇ,ଭଉଣୀଙ୍କ ସଙ୍ଗେ କେତେ ରଙ୍ଗେ 

ଯାଉଅଛ ତୁମେ ଚାଲି,

ଘରକାମେ ଲାଗି ଅଣ୍ଟା ପଡେ ଭାଙ୍ଗି 

ସତେ କି ତୁମ ପୋଇଲି ହେ,

ସବୁ କରି ଥୋଇଲି,

ତୁମ ସଙ୍ଗେ ଦିନେ ନ ବୁଲିଲି ହେ।   


କହନ୍ତି ମୁରାରି ଋଷନା ମୋ ଗୋରୀ 

ହସି ଦେ କେତକୀ ଫୁଲ,

ପ୍ରୀତି ମଧୁଛନ୍ଦା ମୁଁ ତୋ ପ୍ରେମେ ବନ୍ଧା 

ତୁହି ମୋ ଅମୂଲ ମୂଲ ଗୋ,

ବଡଭାଇ ସଙ୍ଗତେ,

କୁହ ନେବି ତୁମ୍ଭଙ୍କୁ କେମନ୍ତେ ଗୋ ।         


ଓଡିଆ ଘରର ବିଧି ତ ଗୋଚର 

ଦେଢଶୂର,ଭାଇବୋହୂ,

ମୁହଁ ଚୁହାଁ ଚୁହିଁ ନହୁଅନ୍ତି କାହିଁ,

କେମନ୍ତେ ଯିବାକୁ କହୁ ଗୋ

ଭ୍ରାତା ଯେବେ ଶୁଣିବେ,

କ୍ରୋଧେ ଅବନୀ କମ୍ପାଇ ଦେବେ ଗୋ।     


ଲକ୍ଷ୍ମୀ ପଚାରନ୍ତି କେଉଁ ବେଦପୋଥି 

ଅଶୁଦ୍ଧ ହେବ ତୁମ୍ଭର

ଯାଆନ୍ତି ନଣନ୍ଦ ଏକା ହେ ଗୋବିନ୍ଦ 

ସଙ୍ଗେ ଯିବି ମନ ମୋର ହେ  

କୁହ ଭାଇଙ୍କୁ ଯାଇ,

କଥା ଅନ୍ୟଥା କରିବେ ନାହିଁ ହେ।           


ଶ୍ରୀହରି କହନ୍ତି ଅଝଟ ଏମିତି 

ହୁଅନା ସରଗ ତରା,

ଭାଇଙ୍କ ଆଗରେ କହିବାକୁ ଡରେ  

ସାହାସ ନାହିଁଟି ପରା ଗୋ,

ଶୁଣିଲେ ତୋର କଥା,

ରାଗେ ଘୂରିଯିବ ତାଙ୍କ ମଥା ଗୋ।        


"ଏଡିକି ଡରୁଆ ପୋଡପିଠା ଖିଆ"

କହି ଲକ୍ଷ୍ମୀ ମୁହଁ ମୋଡ଼ି,

ଯାଆନ୍ତେ ଭିତରେ ପ୍ରଭୁ ହସି ଧୀରେ

ଡାକନ୍ତି"ମୋ ସୁନା ଖଡି ଗୋ

ଶୀଘ୍ର ଆସ ମାନିନୀ,

ତେଣେ ପହଣ୍ଡି ବେଳ ହେଲାଣି ଗୋ।      


ବିଳମ୍ବ ନକର ମହାଲକ୍ଷ୍ମୀ ମୋର

ଭାଇ ହେଲେଣି ଉଚ୍ଛନ,

ନୀତିକାନ୍ତି ସାରି ଦିଅ ମୋତେ ଗୋରୀ 

ଅଳପ ଖେଚୁଡି ଅନ୍ନ ଗୋ,

ଷାଠିଏ ପଉଟିକୁ,

ଆଜି ବେଳନାହିଁ ଭୁଞ୍ଜିବାକୁ। 


ଭାବର ସମୁଦ୍ର ପଡ଼ଇ ଉଛୁଳି

ବିଜେ ଜଗତର ନାଥ,

ପଡେ ହୁଳହୁଳି ମଙ୍ଗଳ ମହୁରୀ

ପୁରସ୍ତମ ପ୍ରକମ୍ପିତ ହେ,

ପହୁଣ୍ଡି ବିଜେ ପାଇଁ,

ସେବାୟତେ ଆସୁଛନ୍ତି ଧାଇଁ ହେ ।


Rate this content
Log in

Similar oriya poem from Classics