Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଗହ୍ମା ଚକୁଳି

ଗହ୍ମା ଚକୁଳି

1 min
405


ଶୁଣ ସାହୁ ଝିଅ ମଝିଆଁ ବୋହୁ

   ରାତିରେ କରିବୁ ମାଣ୍ଡିଆ ଯାଉ l


ଯାଉ ସଙ୍ଗେ ପୁଣି ବୁଢ଼ା ଚକୁଳି

   ଫୁଲ ଚନ୍ଦନରେ ସଜାଇ ଥାଳି l


ଆଜି ଆମ ଇଷ୍ଟ ଦେବ ହଳିଆ

  ଜନମ ଲଭିଲେ ଡାକିଲେ କୁଆଁ l


କୃଷକର ବନ୍ଧୁ କୃଷି ଦେବତା

    ଦ୍ୱାପର ଯୁଗର ବିଚିତ୍ର କଥା l


ଦେବକୀ ଗର୍ଭରୁ ହୋଇ ହରଣ

  ରୋହିଣୀ ଉଦରୁ ଲଭିଲେ ଜନ୍ମ l


ହଳାୟୁଧ ହଳୀ ସଙ୍କରଷଣ

   ଶେଷ ଦେବ ଧରାଭାର ହରଣ l


ତାଳ ବଣ ମଧ୍ୟେ ବଧି ଧେନୁକା

  ଗୋପ ବାଳକଙ୍କୁ ରଖିଲେ ଏକା l


ତୁଳସୀ କ୍ଷେତ୍ରରେ କ୍ଷେତ୍ରାଧିପତି

    ତାଙ୍କର କାହାଣୀ ବିଚିତ୍ର ଅତି l


ଶ୍ରୀକ୍ଷେତ୍ରରେ ବିଜେ ଜଗା ବଳିଆ

    ସୁଭଦ୍ରା ଭଉଣୀ ଚାନ୍ଦ ଭଳିଆ l


ଆଜ କରି ଆମ ଇଷ୍ଟ ପୂଜନ

   ଧନ୍ୟ ହେବ ଆମ ମଣିଷ ଜନ୍ମ l


ଗାଈ ବଳଦଙ୍କୁ ଦୀପେ ବନ୍ଦାଇ

    ଯାଉ ଚକୁଳିକୁ ଦେବ ଖୁଆଇ l


ଆମ ଧନ ସିନା ପଶୁ ସମ୍ପଦ

    ବିଲ ଚାଷକରୁ ଯୋଡ଼ି ବଳଦ l


ଶୁଣ ଶୁଣ ହୁଣ୍ଡି ତୁ ସାନ ବୋହୁ

   ହାତ ଟିକେ କର ତୁ ଟାଉଟାଉ l


ବଡ଼ ବୋହୁ ସଙ୍ଗେ ସଜାଇ ଥାଳି

   ଯାଅ ତିନିବୋହୁ ଗୁହାଳେ ଚାଲି l


ହୁଳ ହୁଳି ଦେବ ବନ୍ଦାଇ ଗାଈ

    ସୁମରି ଭକ୍ତିରେ କଳା କହ୍ନାଇ l


ଜୟ ହଳଧର ରେବତୀ କାନ୍ତ

   କୃଷକ ଘରଣୀ ଯୋଡ଼ିଲେ ହସ୍ତ ।


Rate this content
Log in

Similar oriya poem from Inspirational