ଘେନ ମୋ କୋଟି ପ୍ରଣତି
ଘେନ ମୋ କୋଟି ପ୍ରଣତି


ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର
ନମୁଛି ତାଙ୍କ ପୟର
ତାଙ୍କ ସଦଶିକ୍ଷା ପାଇ ଏ ଜୀବନ
ଧନ୍ଯ ହୋଇଛି ମୋହର ।
ଜନମି ଥିଲି ମୁଁ ପିତା ମାତା କୋଳେ
ପାଇଥିଲି କିଛି ଜ୍ଞାନ
ବିଦ୍ଯା ଗୁରୁ ମୋର ଠାକୁର ସ୍ବରୂପେ
ଶିଖାଇଲେ ସଦଜ୍ଞାନ ।
ଯେଉଁ ଜ୍ଞାନ ବଳେ ଆଜି ମୁଁ ସଂସାରେ
ମଣିଷ ଟିଏ ହୋଇଛି
ସତ୍ଯ,ଶାନ୍ତି,ଦୟା କ୍ଷମାର ବାରତା
ତାଙ୍କ ଠାରୁ ମୁଁ ଶିଖିଛି ।
ଗୁରୁ ପିତା ମାତା ଗୁରୁ ମୁକ୍ତି ଦାତା
ତାଙ୍କ ବିନା ମୁକ୍ତି ନାହିଁ
ଅଜ୍ଞାନ ଅନ୍ଧାର ଦୂରେଇ ଦିଅନ୍ତି
ଜ୍ଞାନାଲୋକ ଜାଳିଦେଇ ।
ନୈତିକତା ଶିକ୍ଷା ଦେଇଥାନ୍ତି ଗୁରୁ
ଯାହାକୁ ନେଇଣ ଶିଷ୍ୟ
ଚିରଦିନ ପାଇଁ ଗଢି ଯେ ପାରଇ
ତାହାର ଭାଗ୍ୟ ଭବିଷ୍ଯ ।
ନୀତି ଓ ନିୟମ ଶୃଙ୍ଖଳାର ଦ୍ବାର&
nbsp;
ଦେଖାଇ ଦିଅନ୍ତି ଗୁରୁ
ଶୀର୍ଷତମ ସ୍ଥାନେ ବସଇ ମନୁଷ୍ୟ
କେବଳ ଗୁରୁ କୃପାରୁ ।
ସଂସାର କାରଣ ତାରଣ ଅଟନ୍ତି
ଏକା ସେହି ଗୁରୁଦେବ
ଜ୍ଞାନର ଭଣ୍ଡାର ଯାହାଙ୍କ ହୃଦୟ
ତାଙ୍କୁ କି ଅବା ବର୍ଣ୍ଣିବ ? ।
କେଉଁ ପଥେ ଗଲେ ପ୍ରଭୁଙ୍କୁ ପାଇବା
ସେ ପଥ ଗୁରୁ ଦେଖାନ୍ତି
ତାହାହେଲେ କୁହ ଭଗବାନଙ୍କଠୁ
ଗୁରୁ କି ବଡ ନୁହନ୍ତି ?।
ଗୁରୁଙ୍କର ଶୁଭ ଆଶୀର୍ବାଦ ଯଦି
କାହାରି ଉପରେ ଥାଏ
ସେହି ଶିଷ୍ୟ ଦିନେ ଏହି ଭୂମଣ୍ଡଳେ
ବିଦ୍ବାନ,ଯଶସ୍ବୀ ହୁଏ ।
ଆହେ ପରଂବ୍ରହ୍ମ ମୋ ଚିର ନମସ୍ଯ
ତୁମେ ସାକାର ମୂରତି
ଅଧମ ତାରଣ ତୁମେ ମହୀୟାନ
ଘେନ ମୋ କୋଟି ପ୍ରଣତି ।
ହେ ପରମ ଗୁରୁ ତୁମ ଜୟଗାନ
ଏମିତି ତୁଣ୍ଡରେ ଥାଉ
ତୁମ ଯଶକୀର୍ତ୍ତି ଗାଇ ଗାଇ ମୋର
ଏ ଜୀବନ ଚାଲିଯାଉ ।