Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Nayak

Others

3  

Chinmaya Kumar Nayak

Others

ଘାସଫୁଲ

ଘାସଫୁଲ

1 min
405


ଗତ ଶର୍ବରୀର ପ୍ରଣୟ ସ୍ମାରକୀ 

ଘାସଫୁଲ ପୃଷ୍ଠେ ତେଜି 

କୁହୁଡ଼ିର ଧୂମ୍ର ପ୍ରତାରଣା ଗଳ୍ପ

ମନ ପ୍ରାଣ ଦେହେ ରଚି।


କୁହୁଡ଼ି ଯାଇଛି କୋଳେ ଛାଡ଼ି ଦେଇ

କାକର ବୁନ୍ଦାର ମୋତି 

ଛଳନା କାହାଣୀ ଭୁଲି ଘାସଫୁଲ

ଆବୋରି ବସିଛି ପ୍ରୀତି।


ସମାଜ ପଛକେ ଯାହା ଦେଉ ନିନ୍ଦା

ଘାସଫୁଲର କି ଯାଏ 

ସଞ୍ଜ ବୁଡ଼ିଗଲେ ବିଭୋର ହୋଇ ସେ

ଆହୁରି ସଜେଇ ହୁଏ।


ବିବସ୍ୱାନ ପଛେ ହରିନେଉ ତାର

ରାତିର ଅର୍ଜିତ ନିଧି 

ସାଇତୁ ଥିବ ସେ ଆଶାର କଣିକା

ଏଇ ତା ଜୀବନ ବିଧି। 



Rate this content
Log in