Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sasmita tripathy

Abstract Classics Fantasy

3  

sasmita tripathy

Abstract Classics Fantasy

ଗାଁ ରେ ଶୀତ ଦିନ

ଗାଁ ରେ ଶୀତ ଦିନ

1 min
177



ଶୀତ ଆଣି ଅଛି ଗାଁ କୁ ମୋହର

ସୋରିଷ ଫୁଲ ର କ୍ଷେତ

ସଜେଇ ହୋଇଛି ସୂର୍ଯ୍ୟମୁଖୀ ପୁଣି

ପିନ୍ଧି ହଳଦିଆ ନେତ।


ଧୂଆଁ ଧୂଆଁ ଦିଶେ ଗହୀର ପାଟ ଗୋ

କୁହୁଡି ଯାଇଛି ଘୋଟି

ଦୂର ବଣ ବୁଦା ଲାଗୁଛି ଯେମିତି

 କିଏ ସେ ନେଇଛି ଲୁଟି।


ଶଗଡ଼ ଗଡ଼ାଏ ଶଗଡିଆ ଭାଇ

ଛାଡି ମତାଣିଆ ଡାକ 

ଆମ୍ର କୁଞ୍ଜ ମଧ୍ୟେ ଫଗୁଣ କୁ ଝୁରି 

ମଉନେ ବସିଛି ପିକ।


ଭୁଆସୁଣୀ ଆଙ୍କେ କେତେ ଝୋଟି ଚିତା

ମଥା ରେ ଓଢ଼ଣୀ ଟାଣି 

ମାର୍ଗଶୀର ମାସ ଗୁରୁବାର ଦିନ

ପୂଜେ ଲଷ୍ମୀ ଠାକୁରାଣୀ ।


ଶୀତ ର ସାଉଁଟା ସ୍ମୃତି ବଖାଣୁଛି

ନେତ ମାଉସୀ ଆମର

ନିଆଁ ପାଖେ ବସି ଗାଁ ପିଲା ଯାକ 

ଗପ ଶୁଣୁଛନ୍ତି ତାର

ସିଏ ସଭିଙ୍କ ନିଜର ।



Rate this content
Log in

Similar oriya poem from Abstract