Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RAJESH MOHAPATRA

Others

3  

RAJESH MOHAPATRA

Others

ଗାଁ ବଦଳି ଯାଇଛି

ଗାଁ ବଦଳି ଯାଇଛି

1 min
662


ଚାଲୁ ଚାଲୁ ମନେ ପଡିଲା କିଛି ଛାଡି ଦେଇ ଆସିଛି
ସବୁତ ଅଛି ପାଖେ ତେବେ କଣ ଛାଡି ଆସିଲି
ପଛକୁ ଫେରିଲି ପୁଣି ଖୋଜିବାକୁ ତାକୁ
ଆରେ ଏ ତ ମୋ ପିଲାଦିନ ହଜିଛି କେବେଠୁ l

ସେଇ ରାସ୍ତାରେ ଚାଲେ ଆଜି ଚିନ୍ତାଗ୍ରସ୍ତ ହୋଇ
ଯେଉଁ ରାସ୍ତାରେ ଦୌଡୁଥିଲି ମନଇଚ୍ଛା ସାଙ୍ଗଙ୍କୁ ନେଇ
ହାଥ ଠାରି ଡାକୁଛନ୍ତି ଆଜି ସେହି ଗାଁ ରାସ୍ତା ମୋତେ
ହେଲେ କେମିତି ବୁଝେଇବି ସହରର ଚକ୍ରବ୍ୟୁହ ଘେରିଛିଯେ ମୋତେ l

ମନେପଡେ କାଟୁଥିଲୁ ଖରାବେଳ ଆମ୍ବତୋଟା ଓ ନଈକୂଳରେ
ଆଜି ସେ ଖରାଦିନ କଟେ ଲୋକାଲ ଟ୍ରେନ ଓ ସେୟାର ଅଟୋ ରେ
ଇଚ୍ଛା ହୁଏ ଫେରିଯିବି ସେଇ ଗାଁକୁ ସବୁକିଛି ଛାଡିରେ
ହେଲେ ପାଦ ବାନ୍ଧିଯାଏ ଆଜି କର୍ତ୍ତ୍ୟବର କ୍ରୁର ଶିକୁଳିରେ l

ଭଙ୍ଗହେଲା ଚକ୍ରବ୍ୟୁହ ମୁକୁଳିଲା ଶିକୁଳି
ବୃଦ୍ଧାବସ୍ଥା କାଟିବାକୁ ନିଜ ଗାଁକୁ ମୁଁ ଆସିଲି
କେତେ ସ୍ବପ୍ନ ଆଣିଥିଲି ସାଥିରେ ମୁଁ ଏଠିକି
ଆସି ଦେଖେ ଗାଁ ମୋର ନୂଆ ଲାଗେ କାହିଁକି l

ନାହିଁ ଏଠି ଭାତୃଭାବ ଲୋକଙ୍କ ଭିତରେ
ନାହିଁ ଆଉ ପ୍ରେମଭାବ ଭାଇଭାଇ ମଧ୍ୟରେ
ଇର୍ଷା ଦ୍ୱେଷ ହିଂସା ଏଠି ଲୋକଙ୍କୁ ଯେ ଘାରିଛି
ଗାଁ ଆଉ ଗାଁ ନାହିଁ ବଦଳି ସେ ଯାଇଛି l


Rate this content
Log in