Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shiba Charan Mahapatra

Others

3  

Shiba Charan Mahapatra

Others

ଏଣୁତେଣୁ ମିଛ କଥା

ଏଣୁତେଣୁ ମିଛ କଥା

1 min
166


ହସିଦେଲେ ଝରୁଥିଲା ମେଞ୍ଚେ ଚମ୍ପା ଫୁଲ

ଚାହାଣିରେ ଭରିଥିଲା କନ୍ଦର୍ପ କମାଣ

ଫୁଲ ସେ ଯେ ଡହ ଡହ ଆଞ୍ଜୁଳେ ନିଆଁ ଝୁଲ

ଅଦୃଶ୍ୟ କୁହୁକ ଅବା ଫଗୁଣ ଦହନ..!?


ସେ ଗଳିରେ କୃଷ୍ଣଚୂଡ଼ା ଫୁଲର ଗାଲିଚା

ବିଞ୍ଚିଥିଲା କିଛି ପ୍ରେମ ମହୁ ମିଶା ନିଶା 

ବାଟେ ଘାଟେ ଫୁଲ ଓଠେ ରୂପ ରଂଗ ଚର୍ଚ୍ଚା

ରୂପ ରଂଗ ଚର୍ଚ୍ଚା ସେ ଯେ,

ପ୍ରଜାପତି ଜହ୍ନରାତି ହେଲେ ଲୋକହସା..!!


କୋକିଳ କାକଳୀ ଭୁଲି ଶୁଣୁଥିଲେ ତାରେ

ବଂଶୀ ସାତସ୍ୱର ଭରିଥିଲା ଓଠ ଧାରେ

ସେ' କଥା ଶୁଣିବା ପାଇଁ ଖସେ ତାରା ଫୁଲ

ନଶୁଣିଲେ ଭ୍ରମର ଭୋଗେ ମୃତ ନୀରବତା..!!


ମୋ ଭିତରେ ମୋ ବାହାରେ,

ଅଛି ଯାହା ଡାହା ମିଛ 

ଅବା 

ଅବୁଝା ହୃଦୟ କଥା 

କାନ ଶୁଣା ମନ ଅଙ୍କା ସେ ପ୍ରେମ କବିତା..!?


Rate this content
Log in