Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର Ajaya Kumar ବେହେରା Behera

Others

4.5  

ଅଜୟ କୁମାର Ajaya Kumar ବେହେରା Behera

Others

ଏମିତି ଜୀବନ

ଏମିତି ଜୀବନ

1 min
218


ସଂସାର କ୍ଷେତରେ ମାନବ ଜୀବନ

        ଜନ୍ମରୁ ମରଣ ଯାଏ ।

ଦୁଃଖ ସୁଖ ସହ ଲୁଚକାଳି ଖେଳି

        ସମୟ ହିଁ ସରିଥାଏ ।୧।

ବୟସ ବେଳରେ ପଇସା ଅଭାବ

      ଅୟସ ଖୋଜଇ ମନ ।

ପଇସା ଆସିଲେ ସମୟ ଅଭାବ

       ବ୍ୟସ୍ତତାରେ ଯାଏ ଦିନ ।୨।

ସମୟ ମିଳିଲେ ବୟସ ବୃଦ୍ଧିରେ

      ଭାଙ୍ଗି ଯାଇ ମନୋବଳ ।

ବାର୍ଦ୍ଧକ୍ୟ ଗ୍ରାସରେ ପୀଡାର ସହିତ

      ଦୁଃଖେ ସରିଯାଏ ବେଳ ।୩।

ବୟସ ପଇସା ସମୟ ଜୀବନ

      ଏକତ୍ର ଥାଆନ୍ତି ଯେବେ ।

ସମ୍ପର୍କ ଡୋରିଟି ଏମିତି ଛିଡଇ

     ଯୋଡି ହୁଏନାହିଁ କେବେ ।୪।


Rate this content
Log in