Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Abstract Classics Inspirational

4.3  

Sambit Srikumar

Abstract Classics Inspirational

ଏମିତି ଜୀବନ

ଏମିତି ଜୀବନ

1 min
185



ଏମିତି ଜୀବନ ଅବା କେଉଁ କାମର?

ନାହିଁ ନାହିଁର ଅସରନ୍ତି ଗନ୍ତାଘର

ଆଶା ଅସୁମାରି ସମ୍ବଳ ନିଅଣ୍ଟ

ଭରେ ନାହିଁ ଚାଖଣ୍ଡକ ପେଟ।


ଆଶା ଆକାଂକ୍ଷା ସବୁ ଜଳିଯାଏ 

ନିରାଶାର ନିଠୁର ଦାବାନଳରେ 

ସ୍ବପ୍ନର ମୀନାର ଚୁରମାର୍ ହୋଇଯାଏ 

ଅବିଶ୍ଵାସର କୁଠାର ଆଘାତରେ। 


ରୋଗ ବ୍ୟାଧିର ଅସହ୍ୟ ତାଡ଼ନା

ସହ ଯୁଝୁ ଯୁଝୁ ସରିଯାଏ ସମୟ

ହା ହତାଶାରେ ବିତିଯାଏ ବୟସ 

ମଧୁର ମୁହୂର୍ତ୍ତ ଲାଗଇ ବିଷମୟ।


ବର୍ଷ ମାସର ସମାହାର କି ଜୀବନ? 

ଜୀଇଁବା ବିହୁନେ ବଞ୍ଚିବାର କି କାରଣ? 

ଏମିତି କାହିଁକି ହୁଏ ମଣିଷ ହୀନିମାନ? 

କାହିଁକି ଜୀବନ ପାଲଟେ ମୂଲ୍ୟହୀନ?




Rate this content
Log in

Similar oriya poem from Abstract