Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Panda

Romance Fantasy

5.0  

Bijaya Panda

Romance Fantasy

ଏମିତି ବି ହୁଅନ୍ତା କି

ଏମିତି ବି ହୁଅନ୍ତା କି

1 min
344


ତୁମେ ଥିଲା ବେଳେ

ଫଗୁଣ ଫଗୁ ବାଣ୍ଟୁଥିଲା ମୋତେ

ପବନ ବି ଗୁଣୁ ଗୁଣୁ ଗାଇ ଯାଉଥିଲା

ଗୀତ ମୋ କାନେ ।


କେବଳ ସାଥି ନୁହେଁ

ଜୀବନ ସାଥୀଟିଏ ହେବାକୁ ସ୍ଵପ୍ନ ଦେଖିଥିଲି

ବାସ ଏତିକି ଟିକେ ଥିଲା ଭୁଲ !

ମୁଁ କହିବା ଆଗରୁ ବୋଧେ

ପଢିନେଲ ହୃଦୟ ।


ଅନୁତାପର ବହ୍ନି ରେ ଜଳୁଛି

ହୁତ ହୁତ ହେଇ

ଏ ହୃଦୟ ।


ପେରିଆସନ୍ତନି ତୁମେ

ଦୂର ଦିଗବଳୟରୁ

ଆଉଁସି ଦିଅନ୍ତ

ତୁମ ସ୍ନେହ ବୋଳା ହାତ ପାପୁଲିରେ ।


ଗ୍ରୀଷ୍ମ ବି ଗଲା

ବରଷା ବି ଗଲା

ଶରତ ବି ଆସି ଚାଲିଗଲା

ବୃକ୍ଷ ବି ପତ୍ର ଝଡ଼ା ଦେଲେ

ନୂତନ ପତ୍ର ସମ୍ଭାରରେ ହସି ଉଠିଥିଲା ସୃଷ୍ଟି।


କିନ୍ତୁ ମୁଁ ଥିଲି ଅପେକ୍ଷାରେ

ଅନୁତାପର ବହ୍ନିରେ ଜଳୁଥିଲା ହୃଦୟ

ହୁତ ହୁତ ହେଇ ।


ଥୁରୁ ଥୁରୁ ଶିତ ରାତିରେ

କାକର ଜୁଡୁ ବୁଡୁ ଜହ୍ନ

ଯେବେ ଭାସି ଯାଉଥିଲା

ତା ଠୁଁ ପାଇବାକୁ ଚେଷ୍ଟା କଲି

ତୁମ ଠିକଣା

କିନ୍ତୁ

ସବୁଥିରେ ନିରାଶ ।


ଅନୁତାପର ବହ୍ନିରେ

ଏବେବି ଜଳୁଛି ହୃଦୟ

ହୁତ ହୁତ ହେଇ ।



Rate this content
Log in