Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr.Soumya Ranjan Khatua

Romance

3  

Dr.Soumya Ranjan Khatua

Romance

ଏମିତି ଭିଜାଉ ଥାଅ ଏ ସାରା ଜୀବନ

ଏମିତି ଭିଜାଉ ଥାଅ ଏ ସାରା ଜୀବନ

1 min
188


ଓଠର ଉଚ୍ଛ୍ୱାସେ ଜୀବନ ପ୍ରଶ୍ୱାସେ ତୁମେ ,

ସକାଳ ଅଳସେ ଦିନର ପ୍ରଥମ ପରଶ ଯେ ତୁମେ ,

ପହିଲି ସୂରୁଜ ସୁନେଲୀ ସକାଳ କିରଣେ ଯେ ତୁମେ ,

ମୋ ପ୍ରୀତି ପ୍ରଣତିର ନାୟିକା ପୁଣି ତୁମେ ।। - - - ୧


ମୋ ମନ ଅକୁହା କାହାଣୀ ତୁମେ ,

ମୋ ଆବେଗର ଗଭୀରତା ବି ତୁମେ ,

ମୋ ଜୀବନର ଅନେକ ସମ୍ଭାବନାରେ ପ୍ରତିଶ୍ରୁତି ଯେ ତୁମେ ,

ହଁ ପ୍ରିୟେ ଆମ ମିଳନର ଅଭୁଲା ସ୍ମୃତି ତ ତୁମେ ।। - - - ୨


ଏ ଜୀବନ ଯୌବନର ସୁଦୀର୍ଘ ଅପେକ୍ଷାର ପ୍ରାପ୍ତିଟେ ,

ତୁମେ ମୋ ଜୀବନ ଅନୁସନ୍ଧାନର ସୁନ୍ଦର ସନ୍ଧାନ ଯେ ,

ପୁଣି ମୋ ମାନ ଅଭିମାନର ବିରାଟ ସ୍ୱାଭିମାନ ଯେ ,

ପୁଣି ମୋ ଅଗଣାର ପ୍ରସ୍ଫୁଟିତ ଗୋଲାପ କଢିଟେ ।। - - - ୩


ମୋ ନିରାଶା ଜୀବନେ ଆଶାର ସ୍ୱପ୍ନ ,

ମୋ ଅମାବାସ୍ୟା ରାତିର ସମ୍ପୂର୍ଣ୍ଣ ଜହ୍ନ ,

ମୋ ନିଦାଘ ଜୀବନ ପରର ମୌସୁମୀର ଚିହ୍ନ ,

ତୁମ ପ୍ରେମ ବର୍ଷାରେ ଏମିତି ଭିଜାଉ ଥାଅ ଏ ସାରା ଜୀବନ ।। - - - ୪



Rate this content
Log in

Similar oriya poem from Romance