ଏକାନ୍ତ ଜୀବନ
ଏକାନ୍ତ ଜୀବନ
ଘଡ଼ଘଡି଼ ଧମକ ଦେଇ
ଦଳେ ମେଘ ଉଡ଼ିଗଲେ
ମୁଁ ନିଶ୍ଚିନ୍ତ ହୋଇ ରହିଗଲି
କିନ୍ତୁ ବିନ୍ଦୁଏ ପାଣି ପଡ଼ିଲାନି ବୋଲି
ପଛ ସ୍ମୃତିସବୁ ମନରେ ଉଦଭ୍ରାନ୍ତ କଲା ।
ନିଜ ନିଜ ନିଡ଼ ଅଭିମୁଖେ
ପକ୍ଷୀମାନେ ବି ଉଡିଗଲେ
କା ଭାଁ ଶବ୍ଦ ନିସ୍ତେଜ ହୋଇଗଲା
ସେତେବେଳେ ଏକାନ୍ତରେ ରହିବାର
ପ୍ରତିଟି ମୁହୂର୍ତ୍ତ ଆନ୍ଦୋଳନ କରୁଥିଲେ ।
ସନ୍ଧ୍ୟାକୁ ଅଭିବାଦନ ଜଣାଇ
ପତ୍ରମାନେ ନିଜ ସ୍ଥାନରେ ଝୁଲୁଥିଲେ
ଏକାନ୍ତର ଜୀବନ ଭାରି କଷ୍ଟ ଦେଉଥିଲା
ଝରଣାର ଝରଝର ଝରିବା ଶବ୍ଦ ବି
କାହାର ଡାକ ପରି ଅନୁଭବ ହେଉଥିଲା ।