STORYMIRROR

Jagannath Das

Inspirational

3  

Jagannath Das

Inspirational

ଏକାକ୍ଷର,ଭେଦ ତ୍ରିବିଧ

ଏକାକ୍ଷର,ଭେଦ ତ୍ରିବିଧ

1 min
180



ଏକ ଅକ୍ଷର ରୁ

ତ୍ରିବିଧ ପ୍ରଭେଦ

ଶୁଣ ଦେଇ ମନ କର୍ଣ୍ଣ ।


ବ୍ରହ୍ମା ଦେଇଥିବା

ଦ "ଅକ୍ଷର ରୁ ଯେ

ଯାଣି ଯାଅ ପରି ପୂର୍ଣ୍ଣ ।


ସତ୍ୱ ରଜ ତମ

 ଗୁଣ ର ସଂସାର

ବିଧି ଗଢିଦେଇ ଥିଲେ ।


ଦେବ, ନର, ରୁକ୍ଷ

ଗୁଣର ପ୍ରଭେଦେ

ସୃଷ୍ଟି ସିଏ କରି ଥିଲେ ।


"ଦ "ନାମକ ଅକ୍ଷର

 ତିନିଙ୍କୁ ବାଣ୍ଟିଣ ଦେଲେ

ଏହି ସୃଷ୍ଟି ରେ ।


"ଦ "ନେଇ ତିନିହେଁ

 ନିଜ କାର୍ଯ୍ୟ ଦେଖେଇଲେ

ନିଜ କର୍ମରେ ।


ଦେବତା "ଦ "କୁନେଇ

ଦମନ କରିଲେ 

ନିଜ କାମନା ।


କାମନା ଇପ୍ସିତ

 ସବୁ ତ୍ୟାଗ କଲେ 

ନାହିଁ ଭାବନା ।


କାମନା ସିକ୍ତ

ଦେବତା ଥିଲେ

ଇଛା ଥିଲା ତାଙ୍କ ଦୁର୍ବାର ।


ଦମନ ଗୁଣ

ମହାନ ତାଙ୍କ

ବ୍ରହ୍ମା ଦେଇଥିଲେ ନଜର ।


ଦ କୁ ନେଇ ମାନବ

ଦାନ ଯେ କଲେ

ଇହ ଧରା

ରେ ।


ଦାନଦେବା ଠାରୁ

ପୂଣ୍ୟ ନାହିଁ କିଛି

ଏହି ମର୍ତ୍ତ୍ୟରେ ।


ବହୁ ଲୋଭି ଥିଲେ

ମର୍ତ୍ତ୍ୟର ମାନବ

ସ୍ଵଭାଵ ରେ ବହୁ ଅଭାବ ଥିଲା ।


ଦ "ଅକ୍ଷର ରୁ ସେ

ଦୟା କୁ ଶିଖି ଣ

ଅଭାବ କୁ ସିଏ ଭାବେ ରଖିଲା ।


ଦାନଵ "ଦ" କୁ ନେଇ

ଦୟା ଆଚରିଲେ

ସର୍ବ ସ୍ଥାନ ରେ ।


ଦଣ୍ଡ ଦେଇ ସିଏ

ଭାଣ୍ଡ ହୋଇଥିଲେ 

ଆମ୍ଭ ପାଖରେ ।


ଦଣ୍ଡ ଦେବା ତାଙ୍କ

ଦୁର୍ବାର ଥିଲା

ଥିଲା ଅତି ଭୟଙ୍କର ।


ଦ "ଅକ୍ଷର ରୁ

ଦମନ ଶିଖିଲେ

ଥମିଗଲା ଅତ୍ୟାଚାର ।


ଜଗତ ର କର୍ତ୍ତା

ଦଇବ ବିଧାତା

ସେ ଅଟନ୍ତି ଏକ,"ଲକ୍ଷ"।


ବିଭିନ୍ନ ପଥରେ

ସମସ୍ତେ ଚାଲନ୍ତି

ଘୁରି ଥାନ୍ତି ନିଜ କକ୍ଷ...


ଅକ୍ଷର ହିଁ ବ୍ରହ୍ମ

ସୃଷ୍ଟି କରେ ଭ୍ରମ

ଭେଦ ରେ ଅଛି ପ୍ରଭେଦ ।


ମାନବ ଦାନଵ

ଦେବତା ମାନିବ

ତିନି ପ୍ରକାର ର ଭେଦ ।


Rate this content
Log in

Similar oriya poem from Inspirational