ଏକାକୀ ଜୀବନ
ଏକାକୀ ଜୀବନ
1 min
1.0K
ହାତ ଧରି ଚାଲିବାକୁ
ଶପଥ ନେଇଥିଲ
ସାତ ଜନ୍ମ ପାଇଁ ସାଥୀ ହେବ
ସୁଖରେ ଦୁଃଖରେ
ଭଲରେ ମନ୍ଦରେ
ହାତରେ ହାତ ମିଳାଇ
ବାଟ କଢେଇ ନେବ !!
ସବୁ ସ୍ୱପ୍ନକୁ ସାକାର
କରିବା ପୂର୍ବରୁ
ହାତ ଛାଡି ଚାଲିଗଲ
ଆର ପାରିକୁ
ଟିକେ ଭାବିଲ ନାହିଁ
ଏ ଅଭାଗିନୀ
ଏକାକୀ ଜୀବନ
କେମିତି ବହିବ ତୁମ ବିନା !!
ସବୁ ଦୁଃଖ ଦେଇଗଲ
ଏକାକୀ ବଞ୍ଚିବାକୁ
ଭାଗ୍ୟକୁ ଆଦରି ବଞ୍ଚିଛି
ଦେଖି ଯାଅ ଥରେ
କେମିତି ବଞ୍ଚିଛି
ପ୍ରିୟା ତୁମ ବିନା
ଏ ସଂସାରରେ..... !!