Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics Tragedy

ଏକା କରିଦେଲ

ଏକା କରିଦେଲ

1 min
6.9K


ଚାଲିଯିବା ପାଇଁ ଇଛା ଯେବେ ଥିଲା

କାହିଁକି ପାଇଲ ଭଲ

ତୁମ ପାଇଁ ମୁଁ ଯେ ଦେବଦାସ ହେଲି

ଧରି ଏ ମଦ ବୋତଲ ।

ମଦ ମୋର ପ୍ରେମ ମଦ ମୋ ଜୀବନ

ମଦ ମୋ ହୃଦୟ ସାଥି

ତୁମ ପାଇଁ ମୁଁ ଯେ ନିଆଁରେ ଜଲୁଚି

ଭାବି ଭାବି ଦିନ ରାତି ।

ଜୀବନ ଠୁ ବେଶି ପାଇଥିଲି ଭଲ

କାହିଁକି ଦେଲ ଏ ଧୋକା

ଜୀବନ ରାସ୍ତାରେ ଛାଡି ଚାଲି ଗଲ

କରିଦେଇ ଏକାଏକା ।

ତୁମ ପାଇଁ କେତେ ସହିଲି ମୁଁ ଦୁଃଖ

ତୁମେ ତ ବୁଝିଲ ନାହିଁ

ଅଧା ବାଟେ ମୋତେ ମାରି ଦେଇ ଗଲ

କରି ଦେଇ ବାଇ ବାଇ.. ।

ଭାବି ଥିଲି ମୁଁ ଯେ ରହିବି ନାହିଁ ମୁଁ

ତୁମ ଠାରୁ କେବେ ଏକା

କି ଭୁଲ କଲି ମୁଁ କୁହ ହେ ପ୍ରେମିକା

କାହିଁକି ଦେଲ ଏ ଧୋକା ।


Rate this content
Log in

Similar oriya poem from Classics