Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Action Inspirational

4  

Amit Bal

Action Inspirational

ଏଇ ତ୍ରିରଙ୍ଗା ପାଇଁ

ଏଇ ତ୍ରିରଙ୍ଗା ପାଇଁ

1 min
258



ଏଇ ତ୍ରିରଙ୍ଗା ପାଇଁ

ପରାଧୀନତାର ଶୃଙ୍ଖଳ ଛିଡାଇ

ଯିଏ ଚଢିଗଲେ ଫାଶୀ ଖୁଣ୍ଟରେ 

ତାଙ୍କୁ କ'ଣ ଆମେ କେବେ

ଫେରି ପାଇବା ଭାଇ ?


ସମାଜକୁ ଆଲୋକ ଦେଖାଇ

ନିଃସ୍ୱାର୍ଥପର ଭାବେ ନେଇ

ଯିଏ ନିଜେ ହଜିଗଲେ ଅନ୍ଧାରରେ

ଯେତେ ଡାକିଲେ କି ବାହୁଡିବେ

ଥରେ କୁହନା ଭାଇ ?


ଭାରତମାତା ର ସନ୍ତାନ ହୋଇ

ଏତିକି ଯଦି ଆମେ ବୁଝିବା ନାହିଁ

ଆମ ସ୍ବାଧୀନତା ଆମେ ରଖିପାରିବା କି

କୁହ ଚିରକାଳ ପାଇଁ ?


ତେଣୁ ସମୟ ଆସିଛି ସୁଯୋଗ ରହିଛି

ନିଜକୁ ସୁଧାରିବା ସଭିଏଁ ଆସ

ଭୁଲି ଭେଦ ଭାବ ଜାଣି ଅଜାତି

ହୃଦୟ ସବୁରି ଯିବା ଯେ ଛୁଇଁ ।



Rate this content
Log in

Similar oriya poem from Action