ଏଇ ତ ଜୀବନ
ଏଇ ତ ଜୀବନ
ଏଇତ ଜୀବନ ଆଜି ଅଛି ଯାହା
କାଲିକି ନ ଥିବ ପୁଣି
ଉତ୍ତମ କର୍ମରେ ଝୁରି ହେଉଥିବେ
ପରିଜନ ଜ୍ଞାନୀ ଗୁଣୀ।
ଜୀବନରେ ଅଛି କେତେ ରାଗ ରୁଷା
କ୍ରୋଧ ହିଂସା ମୋହ ମାୟା
ଅନିତ୍ୟ ସଂସାର କାମନା ବାସନା
ଏ ସବୁ ଅଦିନ ଛାୟା।
ପୁତ୍ର କନ୍ୟା ଜାୟା କେ ନୁହେଁ କାହାରି
ଧନ ଦଉଲତ ତୁଚ୍ଛ
ଏଇତ ଜୀବନ ଆଗକୁ ଧାଉଁଛି
ସ୍ବପ୍ନ ଏଠି ସବୁ ମିଛ।
ଜୀବନ ଯାତ୍ରାରେ ସୁଖ ଦୁଃଖ ଆସେ
ଆସଇ ଝଡ ତୋଫାନ
ଧୈଯ୍ୟ ରଖି ଥିଲେ ଆନନ୍ଦ ଆସଇ
ପ୍ରଭୁଙ୍କର ସବୁ ଦାନ।
ଅଢେ଼ଇ ଦିନର ଜୀବନ ହେଲେହେଁ
ସ୍ଵାଦ ଥାଏ ବଞ୍ଚିବାର
ଦୟା କ୍ଷମା ଶାନ୍ତି ପ୍ରୀତି ମୈତ୍ରୀ ଭାବ
ଯେ ରଖେ ଉଲ୍ଲାସ ତାର।
ସେବାରେ କିଣିଲେ ଅନ୍ୟର ହୃଦୟ
ଲୋକ ସେବା କରି ବ୍ରତ
ଜୀବନ ତାହାର ମଙ୍ଗଳ ହୁଅଇ
ନ ଲାଗେ କିଛି ଅନିତ୍ୟ।
ମଣିଷ ଜନମ ପର ହିତ ପାଇଁ
ବିଶ୍ଵ ହିତେ ତାର ପ୍ରାଣ
ଏ କଥାକୁ ଯିଏ ଗ୍ରହଣ କରନ୍ତି
ସାର୍ଥକ ତାଙ୍କ ଜୀବନ।
ଜୀବନକୁ କେବେ ନକାରାତ୍ମକ ରେ
ନ ବୁଝିବା ହୁଏ ମନା
ସକାରାତ୍ମକ ଭାବେ ଭାବି ଚଳୁଥିଲେ
ମୃତ୍ୟୁ ହୁଏ ଆନମନା।
ଦିବ୍ୟତାରେ ଯିଏ ବଞ୍ଚାଇ ସଂସାରେ
ସ୍ଵର୍ଗ ସୁଖ ମିଳେ ହାତେ
ଏଇତ ଜୀବନ କାଲିକି ନ ଥିବ
ଏ କଥା ସତ ମରତେ।