Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Tragedy Inspirational

5.0  

ପ୍ରଶାନ୍ତ କୁମାର ବେହେରା

Tragedy Inspirational

ଏଇ କଣ ସ୍ୱାଧୀନତା ?

ଏଇ କଣ ସ୍ୱାଧୀନତା ?

1 min
453



ଏଠି କୁଆଡେ ଦେଶ ସ୍ୱାଧୀନ

ଆଉ ଆମେ ବି ସ୍ୱାଧୀନ ?

କିନ୍ତୁ ଏଇ ସ୍ୱାଧୀନତା ଭିତରେ 

ଅହରହ ଏଠି ନାରୀର ଇଜତ୍ 

ଲୁଟ୍ ହୋଇଚାଲେ

ଦିନର ସ୍ପଷ୍ଟ ସୂର୍ଯ୍ୟାଲୋକରେ

ଆଉ ରାତିର ବି ସେଇ 

ଗାଢ ଅନ୍ଧକାରରେ l


କ'ଣ ବା ଭୁଲ୍ ଥିଲା ଉନ୍ନାଓର 

ସେଇ ବିଚାରୀ ଝିଅଟିର ?

ଗୁହାରିଟେ କରି ଚାକିରିଟେ ପାଇଁ

କେବଳ ଆସିଥିଲା ଧାଇଁ 

ଭୋଟ ପାଇ ରକ୍ଷକ ହୋଇ

ଭକ୍ଷକ ସାଜି ବସିଥିବା ସେଇ 

ଲମ୍ପଟ 'ସେଙ୍ଗାର' ପାଖକୁ l


ହେଲେ କଣ ପାଇଲା

ସେଇ ହତଭାଗିନୀ ?

ତା' ରୂପ ସୌନ୍ଦର୍ଯ୍ୟ ପାଇଁ 

ସେଠି ହୋଇଗଲା ଦୁଷ୍କର୍ମର ଶିକାର l

ଉତ୍ପୀଡନ ଓ ଅତ୍ୟାଚାରରେ

ନିସ୍ତୁକ ମାଡ ଖାଇ

ବାପା ତା'ର ଟିକେଟ୍ କାଟିଲା

ଆରପାରୀକୁ ଆଉ ଦାଦା

ମିଛ କେସ୍ ଖାଇ

ଜେଲ୍ ର ଚାରିକାନ୍ଥ ଭିତରେ

ଥାଇ ଆଜି ବି ସଢୁଛି l


ଦୁର୍ଘଟଣାର ଚକ୍ରବୁହ୍ୟ ରଚି

ତାକୁ ଓ ତା' ପରିବାରକୁ 

ମୂଳପୋଛ କରି ଦେବାକୁ 

ସେଇ ସଇତାନ୍ ଜେଲରେ ରହି 

କଲା ସୁନ୍ଦର ଆୟୋଜନ l

ଏବେ ବିଚାରୀ ମେଡିକାଲରେ

ଭେଣ୍ଟିଲେଟରରେ ରହି 

ମୃତ୍ଯୁ ସହ କରୁଛି ସଂଗ୍ରାମ l


ବହୁନାରୀ ଆଜି ମଧ୍ୟ

ଲଜ୍ଜା ଓ ସାମାଜିକ 

ପ୍ରତିଷ୍ଠାହାନୀର ଭୟରେ 

ନିଜ ହୃଦୟକୁ ଚୁର୍ ଚୁର୍ କରି

କାମୁକ ପୁରୁଷର ଯାବତୀୟ 

ଯୌନ ବିକୃତିକୁ ସ୍ୱୀକୃତି ଦେଇ

ସହ୍ୟ କରି ଚାଲିଛନ୍ତି

ତାଙ୍କ ନିଭୃତ ନାରୀତ୍ୱର

ସେଇ ସବୁ ବିଭତ୍ସ ବ୍ୟଥା ?


କି ଆଶ୍ଚର୍ଯ୍ୟ ସତରେ !

ନାରୀ କଣ ଏବେବି

ବନ୍ଦୀ ସେଇ ଲମ୍ପଟ ପୁରୁଷର

ପଣ୍ୟଶାଳାରେ ?

କେତେଦିନ ନାରୀ ସହୁଥିବ 

ଏମିତି ନିର୍ଯ୍ୟାତନାର 

ସେଇ ସବୁ କରୁଣ କାହାଣୀ ?

ଏଇ କଣ ସ୍ୱାଧୀନତା ?

ବିଦେଶୀ ଆତଙ୍କବାଦୀଙ୍କ ଠାରୁ

ଢେର୍ ଭୟଙ୍କର  

ନୁହନ୍ତୁି କି ଏହି ଲମ୍ପଟ ଗୁଡା ?



Rate this content
Log in

Similar oriya poem from Tragedy