ଏଇ ଜ୍ୱଳନର ନାମ ବୋଧେ ପ୍ରେମ
ଏଇ ଜ୍ୱଳନର ନାମ ବୋଧେ ପ୍ରେମ
ବାହାରେ ଭୀଷଣ ବର୍ଷା
ଆଲୋକର ରୋଷଣି,
ଅନ୍ଧକାରର ଓଢ଼ଣୀ
ଝରିପଡେ ବୁନ୍ଦା ବୁନ୍ଦା ଜଳ ଆକାଶୁ
ଶୀତଳ ହୋଇ ଉଠେ ଧରଣୀ।
କୁହାଯାଏ ଧୋଇଦିଏ ବର୍ଷା ଦୁଃଖ କଷ୍ଟ ସବୁ
ଲୁହକୁ ଭସାଇନିଏ ଅନ୍ତରକୁ ହାଲୁକା କରାଏ
ଶାନ୍ତିର ବାର୍ତ୍ତା ପ୍ରଦାନ କରେ ।
ଭୀଷଣ ବର୍ଷା ଏଇ ଆସେ .....
ହଁ ଆସେ ଏମିତି ଧାଇଁ
ତଥାପି ଏତେ ଜ୍ବଳନ କଣ ପାଇଁ ?
ବର୍ଷା ତ ପ୍ରଶମିତ କରେ ଅଗ୍ନିକୁ
ଶୀତଳ କରେ ଗ୍ରୀଷ୍ମଜ୍ବଳା ପ୍ରଜ୍ଜଳିତା ଧରଣୀକୁ
ଧୋଇନିଏ ଆସ୍ତର ଆସ୍ତର ଜମିଥିବା ଧୂଳିକୁ,
ହେଲେ ମୁଁ ..... ଗୋଟାପଣେ ଜଳେ (ହଁ ଜଳେ)!
ଜଳିଯାଏ ମୁଁ ବର୍ଷାର ଛୁଟାରେ !
ଶୀତଳତା ବଦଳରେ ଉଷ୍ମତା ଭରେ
କମ୍ପନ ଆଣେ ହୃଦୟେ ........
କୋଠରୀଯାକ ଆଲୋକିତ,
ବାହାର ଭିତର ପୁରା ଶାନ୍ତ
ଶାନ୍ତ ପଡେ ଏଇ ନଭବକ୍ଷ (ଧିରେ ଧିରେ)
ଗର୍ଜନ ତର୍ଜନର ଶବଦ ନାହିଁ ,
ମଣ୍ଡୁକ ଝିନ୍କାରୀର ଆବାଚ ବି ଶୁଭେନି
ସଭିଏଁ ଅସରାଏ ବର୍ଷାରେ ତୃପ୍ତ
ଆଚମ୍ବିତ କରେ ଏଇ ନିର୍ଜନ ମୂହୁର୍ତ୍ତମାନ ।
ଆସ ସାଥୀ ତୁମେ
ଏଇ ମୂହୁର୍ତ୍ତରେ (ହଁ ଆସ)......
ପ୍ରବେଶ କର ମନେ ଅନିଚ୍ଛା ସତ୍ତ୍ୱେ
ଅଟକାଇ ପାରେନା ତୁମକୁ ମୁଁ ........
ପ୍ରବେଶ ପଥକୁ ନିରୋଧ,
ହେଲେ ଏ ଜଳିବାର କାରଣ ଅସ୍ପଷ୍ଟ ପ୍ରତୀତ ହୁଏ
ଜଳେଇବାରେ ତୁମର ଆନନ୍ଦ
ସେ ଇର୍ଷାରେ ହେଉ ଅବା ପ୍ରେମର ବର୍ଷାରେ ....
ଏଥିରେ ତୁମେ ବେଶ୍ ପାରଙ୍ଗମ।
ହେଲେ ଜଳିବାର ଅନୁଭୂତି ମୋର ପ୍ରଥମ
ଦୂରତା ରକ୍ଷାକରି ବି ତୁମେ ଜାଳେଇପାର ବେଶୀ
ଅତୀତ ନହେଇ ବି ଆଣିପାର ସ୍ମୃତି।
ବାହାରେ ଅତିଶୟ ବର୍ଷା
ହୃଦୟେ ଦହନର/ଜ୍ୱଳନର ଦଶା,
ଓଦା ଏଇ ଶରୀର ଓଦା
କେଉଁ ଏକ ଅଜଣା ଛିଟାରେ ।
ଲିଭିଗଲା ଦୁଲ୍କା ବାଆରେ ଲଣ୍ଠନଟା
ତାପରେ ଅନ୍ଧାର ଖାଲି ଅନ୍ଧାର .....
ମଝିରେ ମଝିରେ ତଥାପି ବିଜୁଳିର ଆଲୋକ
ଆକାଶେ ଆଙ୍କୁଥାଏ ମାନଚିତ୍ର ,
ମନ ଭିତରେ ଦ୍ବନ୍ଦଗୁଡିଏ.......
ଅସମାହିତ ଅବାନ୍ତର ପ୍ରଶ୍ନ ସାଜି
ପରାଜିତ ହୃଦୟର ସମାଧି ଉପରେ,
ବିରାଜମାନ କରି ଭୁଲ୍ ଠିକ୍ ର ହିସାବ କରନ୍ତି।
ନିର୍ଜନତାର ରାଜତ୍ୱ ଭିତରେ
ଅନ୍ଧକାରର ଗହୀର ଭିତରେ,
ଜଳୁଥାଏ ଏଇ କାୟା ଆଉ ମନ
ଜଳୁଥାଏ ନିର୍ବିକାର ଭାବେ .....
ଅବିରତ ବର୍ଷାର ଶୀତଳ ଜଳକୁ ଭ୍ରୁକ୍ଷେପ ନକରି
ଅବା ତା ପ୍ରତି ତାଚ୍ଛଲ୍ଯ ଭଙ୍ଗୀରେ
ଏକ ବିକଟାଳ ଅଟହାସ୍ଯ କରି
ଜଳିଚାଲିଥାଏ ବିନା ଦ୍ୱିଧାରେ,
ଲିଭିବାର ନାହିଁ ଚିହ୍ନବର୍ଣ୍ଣ ....
ଏଇ ଜ୍ୱଳନର ନାମ ବୋଧେ ପ୍ରେମ.....!