Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anirudha Kund

Abstract Classics

3  

Anirudha Kund

Abstract Classics

ଏଇ ଦାସେ ଦୟାକର

ଏଇ ଦାସେ ଦୟାକର

1 min
12K



ଆହେ ମନୋହର ଗୋପୀ ପୁରନ୍ଦର

    ଏଇ ଦାସେ ଦୟାକର

ମାୟାର କବଳେ ସଂସାର ଜଞ୍ଜାଳେ

    ଜୀବନ ମୋ ଛାରଖାର


ଆହେ ଚକ୍ରଧର କରୁଣା ସାଗର

   କରୁଣା ଟିକିଏ କର

ଛାଡି ସବୁ ଦୋଷ ବୋଲୁ ପୀତବାସ

 ଅମାନିଆଁ ମନ ମୋର


ନାମ ଏକା ସାର  କିଛି ନାହିଁ ଆର

     କଳିରୁ କରେ ଉଦ୍ଧାର 

ମୁହିଁ ମହାପାପୀ   ତୁମ ନାମ ଜପି

     ମାୟା ଠାରୁ ରହେ ଦୂର


ତୁମରି ଆଶିଷେ ହରି ନାମ ରସେ

    ଭିଜୁ ରେ ହୃଦକନ୍ଦର

ଶୟନ ସପନେ  ଅବା ଜଗରଣେ

  ଭଜୁଥାଏ ନାମ ତୋର


ହେଉ ପୁଲକିତ  ପାଇ ଏ ପତିତ

   ନାମ ଜପ ଅଧିକାର

ଚରଣେ ତୁମରି  ସେବା କରି କରି

   ପ୍ରଭୁ ଜୀବ ଯାଉ ମୋର


Rate this content
Log in

Similar oriya poem from Abstract