Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Alhadini Panigrahi dash

Children

3  

Alhadini Panigrahi dash

Children

ଏହି ମୋ ପ୍ରିୟ ଭାରତ ଭୂଇଁ

ଏହି ମୋ ପ୍ରିୟ ଭାରତ ଭୂଇଁ

1 min
165


ହିମାଳୟ ଯା'ର ମୁକୁଟ ହୋଇ 

ସାଗର ନିତି ଯା' ଚରଣ ଧୋଇ

        ଏହି ମୋର ପ୍ରିୟ ଭାରତ ଭୂଇଁ ାା୧ାା


ସେବାର ଭୂଇଁ ଏ ତ୍ୟାଗର ଭୂଇଁ

ସାରା ସଂସାରରେ ଆଉ କେ ନାହିଁ

        ଏହି ମୋର ପ୍ରିୟ ଭାରତ ଭୂଇଁ ାା୨ାା


ଭାଇଚାରା ମନ୍ତ୍ରେ ଦୀକ୍ଷିତ ହୋଇ

ଧରମର ଭେଦ ଯେଉଁଠି ନାହିଁ

        ଏହି ମୋର ପ୍ରିୟ ଭାରତ ଭୂଇଁ ାା୩ାା


ଶାନ୍ତିର ଭୂଇଁ ଏ ସୁନାର ଭୂଇଁ

କ୍ଷେତରେ ସବୁଜ ହେମ ଫଳଇ

       ଏହି ମୋର ପ୍ରିୟ ଭାରତ ଭୂଇଁ ାା ୪ାା


ଦୟାର ଭୂଇଁ ଏ କ୍ଷମାର ଭୂଇଁ

ସାରା ଦୁନିଆଁର ଗୁରୁ ଅଟଇ

       ଏହି ମୋର ପ୍ରିୟ ଭାରତ ଭୂଇଁ  ାା୫ାା


ମମତାମୟୀ ଏ କରୁଣାମୟୀ

ତାହାର ତୁଳନା ମହୀରେ ନାହିଁ 

      ଏହି ମୋର ପ୍ରିୟ ଭାରତ ଭୂଇଁ  ାା୬ାା


ନ୍ୟାୟ, ଅହିଂସାର ମୁରତି ଏହି

ବିଶ୍ବ ଦରବାରେ ସମ୍ରାଟ ହୋଇ

     ଏହି ମୋର ପ୍ରିୟ ଭାରତ ଭୂଇଁ ାା୭ାା


ଯୋଗାାଭ୍ୟାସ ବିଦ୍ୟା ଜନେ ଶିଖାଇ

ସୁସ୍ଥ ରହିବାକୁ ଶିକ୍ଷା ଦିଅଇ

        ଏହି ମୋର ପ୍ରିୟ ଭାରତ ଭୂଇଁ ାା୮ାା


#ଫ୍ରି- ଇଣ୍ଡିଆ


Rate this content
Log in