STORYMIRROR

Binodini Dash

Inspirational

3  

Binodini Dash

Inspirational

ଏବେଠୁ କରିବି ପଣ

ଏବେଠୁ କରିବି ପଣ

1 min
217



ସ୍ବାଧୀନ ଭାରତେ ଜନ୍ମିଛି ମରତେ

ସ୍ବାଧୀନେ ପ୍ରକାଶି ଗୁଣ

ଦେଶ ମାଆ କୋଳେ ଭରିବାକୁ ଯଶ

ଏବେଠୁ କରିବି ପଣ ।


ଆଜି ଅଛି ଶିଶୁ କାଲି ହେବି ବଡ଼

ପିତାମାତା ଆଶିଷରେ

ଲକ୍ଷ୍ୟଚ୍ୟୁତ କେବେ ନହୋଇ ଜୀବନେ

ଧାଉଁଥିବି ହରଷରେ ।


ଜନକଜନନୀ ଗୁରୁ ଗୁରୁଜନ

ପାଦେ ରଖି ସଦା ମତି

ବଢ଼ି ଚାଲିଥିବି ଆଗକୁ ଆଗକୁ

ବଢ଼ାଇ ମୋହର ଗତି ।


ଦେଉଥିବେ ଜାଳି ଜ୍ଞାନର ଦୀପାଳି

ନୀତି ଆଦର୍ଶ ସଂସ୍କାର

ଦୀପକଟେ ପରି ଜଳୁଥିବି ମୁହିଁ

ନରଖି ମନେ ବିକାର ।


ସତ୍ୟ ଧର୍ମ ନ୍ୟାୟ ପଥେ ଥିବ ଲୟ

ବିଚାରଧାରା ଉନ୍ନତ

ସୂ

ରଯ ସମ ମୁଁ ସମାନତା ନେତ୍ରେ

ଦରଶାଇବି ଏକତ୍ବ ।


କୃଷି, ଶିକ୍ଷାଠାରୁ ଦେଶର ସୁରକ୍ଷା

ସବୁଥିରେ ଥିବ ହାତ

ଉନ୍ନତ କରି ଗଢ଼ିବି ମୋ ଦେଶ

ବିଶ୍ବେ ବଢ଼ିବ ମହତ ।


ସର୍ବେ ଭାରତୀୟ ଆମେ ଏକ ଜାତି

ନଥିବ ବାଛବିଚାର

ପାଉଥିବେ ସର୍ବେ ନିଜ ଜ୍ଞାନ ବଳେ

ଯୋଗ୍ୟତାରେ ଅଧିକାର ।


ପ୍ରତ୍ୟେକ କ୍ଷେତ୍ରରେ ସ୍ବଚ୍ଛତା ଭିତ୍ତିରେ

ଦେଖାଇ ପାରଦର୍ଶିତା

ସୁଖ ଶାନ୍ତି ଗୀତି ଗାଉଥିବେ ନୀତି

ଦେଶେ ସକଳ ଜନତା ।


ସେବା ଧର୍ମ ମାନି ଜୀବନର ବ୍ରତ

ଦୁଃଖୀ ଲୁହ ପୋଛୁଥିବି

ସକଳ ମୁଖରେ ହସ ଟିକେ ଭରି

ଜନ୍ମ ସାର୍ଥକ ମଣିବି ।


Rate this content
Log in

Similar oriya poem from Inspirational