Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ଏ ଯୁଗର ନାମ

ଏ ଯୁଗର ନାମ

1 min
123


ସତ୍ୟ ତ୍ରେତୟା ଦ୍ଵାପର ଗଲା

ଏବେ ଆସିଛି କଳି

ଏଠି ଏକକୁ ଆରେକ ବଳି

କାହାକୁ ପାରିବା କଳି ।

ପରସ୍ପର ମଧ୍ୟେ କାରଣ ନଥାଇ

ହେଉଥିବେ ଖାଲି କଳି

ବଡ଼ ବଡ଼ିଆ ଯୋଜନା ଲୁଟିବେ

ଏଣୁ ଏ ଯୁଗର ନାମ କଳି ।

ମନ୍ତ୍ରୀ ଯନ୍ତ୍ରୀ ତନ୍ତ୍ରୀ ହୋଇବେ ମେଳି

ଦେଶକୁ ଖାଇବେ ଖୋଳି

ଟାଉଟୁରି ମାନେ ଟାଉଟୁରି କରି

ମାରୁଥିବେ ଖାଲି ତାଳି ।

ବଡ଼ଲୋକ ମାନେ ଭୁଲ କରିବେ

ଗରିବ ଖାଇବେ ଗାଳି

ଜନସାଧାରଣ ସବୁ ଦେଖୁଥିବେ

ସତେ କି ଭକୁଆ ଭଳି ।

ଶହେ ଟଙ୍କା ଗୋଟେ ହାତେ ପଡିଗଲେ

ସଭାରେ ହୋଇବେ ମେଳି

ବୁଝୁ କି ନବୁଝ ଜାଣୁ କି ନ ଜାଣୁ

ମାରୁଥିବେ ଖାଲି ତାଳି

ତେଣୁ ଏ ଯୁଗର ନାମ କଳି ।


Rate this content
Log in