Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ajit Kumar Raut

Tragedy

4  

Ajit Kumar Raut

Tragedy

ଏ କି ତାଣ୍ଡବ ଦେଶେ

ଏ କି ତାଣ୍ଡବ ଦେଶେ

1 min
467


ଠକିବା ହିଁ କାର୍ଯ୍ୟ ଚାଲୁଅଛି ଦେଶେ

  ନେତା ଠକୁଛନ୍ତି ପ୍ରଜା

ସତ୍ତାର ନିମନ୍ତେ ଠକିବା ଅସ୍ତ୍ରକୁ

  ଧରିଛନ୍ତି ନେତା ରାଜ। ।


କୃଷକ ଠକୁଛି କୃଷକଙ୍କୁ ନିଜ

  ନେତାଙ୍କର ମନ୍ତ୍ରଣରେ,

କରନ୍ତି ଅସ୍ଥିର ଜନ ସମୁଦାୟେ

  ଦିଅନ୍ତି ଦୁଃଖ ମନରେ ।


ସତ୍ତା ଭୋଗି ଜନ ଅସ୍ଥିର କରନ୍ତି

  ବିଭିନ୍ନ ନୀଳା ଦେଶରେ,   

ରାଷ୍ଟ୍ର ପ୍ରେମ ଭକ୍ତି ତିଳାଞ୍ଜଳି ଦେଇ                

  ଉଠାନ୍ତୁ ପ୍ରଶ୍ନ ଦେଶରେ ।


ଠକିବା ପାଇଁକି ଅଭିନୟ ତାଙ୍କ

  ସତ୍ତ ପାଇବାର ପାଇଁ,

ଦେଶର ବିରୋଧେ କରନ୍ତି ତହିଁରେ

  ଜନ କିଛି ଖୁସି ପାଇଁ ।


ଶୁଭେ ବିଦେଶରେ ଦେଶ ଶତ୍ରୁଙ୍କର

  ସ୍ବର ବିରୋଧର ନିତ୍ୟେ,

ଦେଶେ ରହିଛନ୍ତି ଦେଶର ଖାଆନ୍ତି

  ପ୍ରଶ୍ନ ଉଠୁଅଛି ନିତ୍ୟେ ।


ଦେଶର ଗୌରବ ଭଲ ଲାଗୁନାହିଁ

  ମନ୍ତ୍ରଣଟି ତାହା ପାଇଁ,

ହୁଏ ଶକ୍ତିଶାଳୀ ପବିତ୍ର ଭାରତ

  ଆନ୍ଦୋଳନ ତାହା ପାଇଁ ।


ଆତ୍ମନିର୍ଭରଟି ହେଉଛି ଭାରତ

  ଆତ୍ମବିଶ୍ବାସ ରେ ଜନ,

ଦେଶର ବୈଭବ ଯନ୍ତ୍ରଣା ଦେଉଛି

  ତାହା ପାଇଁ ଆନ୍ଦୋଳନ ।


ଗୌରବ ଗାଥା ଲେଖୁଛି ଏ ରାଷ୍ଟ୍ର

  ବିଦେଶରେ ଜୟଗାନ,

କିପରି ସହିବେ ଦେଶ ଶତ୍ରୁ ତାକୁ

  ସତ୍ତାର ନାହିଁ ଦର୍ଶନ ।


ଡିଜିଟେଲ୍ ହୁଏ ସମ୍ପୂର୍ଣ୍ଣ ଭାରତ

  ଭ୍ରଷ୍ଟାଚାର ହୁଏ ଅନ୍ତ,

ଶିକ୍ଷିତ ହୁଅନ୍ତି ଶିକ୍ଷାର କ୍ଷେତ୍ରରେ

  ଅଶିକ୍ଷାର ହୁଏ ଅନ୍ତ ।


ରାଷ୍ଟ୍ର ଭକ୍ତ ସେହୁ ନୁହନ୍ତି କେବେରେ

  ରାଷ୍ଟ୍ର ପ୍ରେମୀ ଧ୍ୟାନ ଦେବେ,

ଦେଶ ବିରୋଧିଙ୍କ ସତ୍ତାର କାମନା

  ବିନାଶ ମୁଳୁ କରିବେ ।


Rate this content
Log in