Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kishore Nayak

Classics

4  

Kishore Nayak

Classics

ଏ ଜୀବନ, ଏକ ବରଦାନ

ଏ ଜୀବନ, ଏକ ବରଦାନ

1 min
213



ଏ ଜୀବନ ଏକ କାହାଣୀଟିଏ 

କେବେ ପୁଣି ଏକ କବିତା 

କେବେ ଏ ଜୀବନ ମାଣିକଠୁ ବଳି 

ସରି ହୁଏ ନାହିଁ ମୁକୁତା ll

ଏ ଜୀବନ କେବେ ଟୋପାଏ ସିନ୍ଦୁର 

କେବେ ପୁଣି ନାଲି ଅଳତା 

କେବେ ନାରୀ କେବେ ପୁରୁଷ ରୂପରେ 

ଅନନ୍ୟ ତା' କଥା ସରିତା ll

ଏ ଜୀବନ ଅଟେ ଦୁର୍ଲଭ ଦୁର୍ମୁଲ୍ୟ 

ହୀରା ନୀଳାଠାରୁ ବଳି 

ଈଶ୍ୱରଙ୍କ ଦାନ ଅଟେ ଏ ଜୀବନ 

ଅଟଇ ଅମୃତ ଭଳି ll

ବରଦାନ ସମ ଅଟେ ଏ ଜୀବନ 

ତନ୍ମଧ୍ୟେ ମାନବ ଜନ୍ମ 

କେତେ ପୁଣ୍ୟ ବଳେ ଏଇ ମହୀତଳେ 

ଲଭିଥାଏ ଅନୁପମ ll

ଦୁର୍ଲଭମୟ ଏ ଶାଶ୍ୱତ ଜୀବନ 

ଅନ୍ୟଥା ନହେଉ ନଷ୍ଟ 

ସବୁ ପରିସ୍ଥିତି ପ୍ରତିକୂଳ ଡେଇଁ 

ହୋଇଉଠୁ ସଦା ପୁଷ୍ଟ ll

ହସ ଲୁହ ଭରା ଏ ଜୀବନ ଡ଼ଙ୍ଗା 

ଜନ୍ମ ମୃତ୍ୟୁ ଦୁଇ କୂଳ 

ତାହାରି ଭିତରେ ସୁଖ ଦୁଃଖ ସାଥେ 

ରତ ହୁଏ ଏଠି ବେଳ ll 

ସାର୍ଥକ ହେଉ ଏ ନଶ୍ୱର ଜୀବନ 

ସୁକର୍ମ, ସାମର୍ଥ୍ୟ ବଳେ 

ଅମରତ୍ୱ ଲଭୁ ଲଭି ବିଭୁ କୃପା 

ଧନ୍ୟ ହେଉ ମହୀ ତଳେ ll



Rate this content
Log in