ଦୂରନ୍ତ ସ୍ୱପ୍ନ
ଦୂରନ୍ତ ସ୍ୱପ୍ନ
ଯେମିତି ମାଟି ତଳେ
ଘାସ ଚେର ଚେଇଁଥାଏ
ବୁନ୍ଦାଏ ଜଳର ସ୍ପର୍ଶରେ
ସବୁଜିମା ଅଂକୁରିତ ହୁଏ
ସେମିତି ମୋ ମନ ତଳେ
ମୁକ୍ତାକାଶେ ଉଡିବାର କାମନା
ଅହରହ ମତେ ବିବ୍ରତ କରାଏ ।
ମୁଁ ଅପେକ୍ଷା କରୁଥାଏ
ଆସନ୍ତାକାଲିର ସୁବର୍ଣ୍ଣ ସକାଳକୁ
କାଣିଚାଏ ସ୍ୱପ୍ନରେ ବିଭୋର ହେବାକୁ ,
ଏମିତି ତ' ସବୁଥର ହୁଏ
ଦୂରନ୍ତ ସ୍ୱପ୍ନକୁ ଛୁଇଁବାକୁ ଗଲାବେଳେ
ଅମାବାସ୍ୟା ରାତି ପାହିଯାଏ ।
ଦିବସର ମାୟାବୀ ଆଲୋକେ
ସ୍ୱପ୍ନ ସବୁ ଅଦୃଶ୍ୟ ହୁଏ,
ସେହି ମୁହୂର୍ତ୍ତରେ ପାଦ ତଳ ମାଟିରୁ ଆବିଷ୍କାର କରେ
କେଉଁ ଯୁଗରୁ ବଂଚିଥିବା ଘାସ ଚେରଟିଏ ।।