Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DHARITRI SAHU

Classics

3  

DHARITRI SAHU

Classics

ଦୂର୍ଗା ସ୍ତୋତ୍ର

ଦୂର୍ଗା ସ୍ତୋତ୍ର

1 min
129



ହେ ମାତ ଦୂର୍ଗେ ସିଂହବାହିନୀ ହେ

       ଶକ୍ତି ପ୍ରଦାୟିନୀ ମାଆ ଆମର

ହେ ଶିବପ୍ରିୟେ ତୋଶକ୍ତି ସମ୍ଭବା

       ଆମ୍ଭେ ଅଟୁ ପରାସନ୍ତାନ ତୋର"।୧

        

 ତୋର ମନ୍ଦିରରେ ପ୍ରାର୍ଥନା କରୁଛୁ 

          ଦେଶର ବିକାଶ,ସୁରକ୍ଷା ପାଇଁ,

 ପ୍ରକାଶ ହୁଅ ମା ଆବିର୍ଭୁତ ହୁଅ

          ଦୟାକର ମାତ ମଙ୍ଗଳମୟୀ।୨

            

 ଯୁଗ ଯୁଗ ଧରି ମାନବ ଶରୀରେ

    ଜନ୍ମ ନେଉ ପରା ଏ ଧରା ବୁକେ,

 ତୋର କାର୍ଯ୍ୟକରି ତୋ ଆନନ୍ଦଧାମେ

    ଫେରିଯାଉ ପୁଣି ତୋହରି ପାଶେ।୩

    

 ହେ ସିଂହବାହିନୀ ତ୍ରୀଶୁଳ ଧାରିଣୀ 

      ସୌନ୍ଦର୍ଯ୍ୟ ଶୋଭିନି ଜୟ ଦାୟିନୀ,

 ମଙ୍ଗଳ ମୟୀ ମା ଭାରତର ବୁକେ

       ଆବିର୍ଭୁତ ହୁଅ ପ୍ରକାଶ ରାଣୀ।୪

            

 ଦିବ୍ୟଜ୍ଞାନ,କଳା, ବିକ୍ରମ ଓ ପ୍ରେମେ

       ରହିଥାଅ ସଦା ସୌମ୍ୟ ରୂପରେ,

 ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ

       ଆଶୀଷ ଦିଅ ହେ ରୌଦ୍ରରୂପରେ।୫

       

 ଜଗତର ଶ୍ରେଷ୍ଠ ଏ ଭାରତ ଜାତି

       ନିବିଡ଼ ତିମିରେ ଆଛନ୍ନ ଥିଲା,

 ସ୍ୱର୍ଗୀୟ ଶରୀର ସୁବର୍ଣ୍ଣ ଆଭାରେ

       ଉଷାର ଆଲୋକ ପ୍ରକାଶ ହେଲା।୬

  

  ତୁମ ଆଶୀଷରେ ସାରା ବିଶ୍ଵ ଭାର 

         ସ୍କନ୍ଧ ରେ ବହିବ ଭାରତ ଜାତି,

 ତୁମ ପ୍ରକାଶ ରେ ଶକ୍ତି ସଞ୍ଚରିବ

         ହଟିଯିବ ମନୁ କ୍ଷୁଦ୍ରତା ଭ୍ରାନ୍ତି।୭

        

 ହେ ସିଂହବାହିନୀ କୃପାଣପାଣି ହେ

       ଆସ ଦିଗମ୍ବରୀ ହେ ମହାମାୟୀ,

 କୃର ନିନାଦରେ ଅନ୍ତସ୍ଥର ରିପୁ

       ପ୍ରଥମେ ବିନାଶ କରିବା ପାଇଁ।୮

       

 ସ୍ବାର୍ଥ ,ଭୟ ଆଉ ନିଶ୍ଚେଷ୍ଟୟତାରେ

        ମ୍ରୀୟମାଣ ଏବେ ଭାରତ ବାସୀ, ଉଦାର ଚେତା ଓ ସତ୍ୟ ସଂକଳ୍ପରେ

       କରିଦିଅ ତାକୁ ମହତ୍ ପ୍ରୟାସୀ।୯

        

 ହେ ଜଗଦମ୍ବେ"ତୋ ଆର୍ଯ୍ୟସନ୍ତାନେ

         ଭେଟିଦିଅ ଶିକ୍ଷା,ଚରିତ୍ର ଶୁଦ୍ଧି,

 ଭକ୍ତି ,ଶ୍ରଦ୍ଧା ,ସତ୍ୟ, ତପସ୍ୟା ଓ ଜ୍ଞାନ

       ବିସ୍ତାର କରହେ ତୋ ଯୋଗଶକ୍ତି।୧୦

  

 ତୁମ ଆଶୀଷରେ ଭରୁ ଏ ପୃଥିବୀ 

      କଲ୍ଲୋଳିତ ହେଉ ନଦୀ କାନନ,

 ଶୁଷମା,ସଂହତି,ପ୍ରିତି ମମତାରେ

      ସ୍ବର୍ଗ ହେଉ ଧରା ନନ୍ଦନ ବନ।୧୧

       

 ଏହି ଭାରତର ଉର୍ବର କ୍ଷେତରେ

      ଗଗନ ଛୁଆଁ ଏ ପର୍ବତ ପଛେ,

 ବଳଶାଳୀ ଆଉ ମହା ପରାକ୍ରମୀ

    ତୋସନ୍ତାନ ଆଜି ତୋତେ ହିଁ ଡାକେ।୧୨

       

 ଯୋଗବଳେ ଆସ ଆହେ ଯୋଗମାୟା

         ଦିଅ ହେ ଅଶୁଭ ବିନାଶ ଅସ୍ତ୍ର ,

 ତିମିର ବିନାଶି ପ୍ରଦୀପ ଜଳାଅ

        ଆମେ ସଦା ଅଟୁ ତୁମରି ଯନ୍ତ୍ର।୧୩

        

 ମାତ ଦୂର୍ଗେ ହେଉ ଆମରି ଜୀବନ

          ଅବିଛିନ୍ନ ଭାବେ ମାଆର ପୂଜା,

 ଆଉ କେବେ ଆମେ ବିସର୍ଜିବୁ ନାହିଁ 

        ମାତୃ ସେବାବ୍ରତ ହେଉ ଏଧ୍ୱଜା।୧୪

          

  ଆହେ ଦୟାମୟୀ ଶିବାନୀ,ଭବାନୀ

         ପ୍ରାର୍ଥନା ଆମର ଘେନ ହେ ମାତ,

  ପ୍ରେମ ,ଦୟା,କ୍ଷମା,ଶକ୍ତି ଓ ଭକ୍ତିରେ

         ହୃଦୟ କନ୍ଦରେ ରୁହ ସତତ।୧୫


Rate this content
Log in

Similar oriya poem from Classics