PUSPALATA SAHOO

Tragedy


3  

PUSPALATA SAHOO

Tragedy


ଦୁର୍ଘଟଣା

ଦୁର୍ଘଟଣା

1 min 186 1 min 186

କାହିଁକି କରିବି ଅଭିମାନ

ନାହିଁ ତୁମ ପାଖେ କିଛି ଅଭିଯୋଗ

କହିକି ପାରିବ ତୁମେ

ଆସି ମୋର ଚଲାପଥ ପରେ

କାହିଁକି ଜାଳିଲ ମନେ

ପ୍ରତିଶୋଧ ର ନିଆଁ......।।

ତୁମ ସାଥେ ଦେଖା ଥିଲା

ଏକ ଆକସ୍ମିକ ଦୁର୍ଘଟଣା

ନ ଥିଲା ସେଠି ମନର ମିଳନ

ନା ଥିଲା ଦୈହିକସମ୍ପର୍କ

ମିଛି ମିଛିକା ସମ୍ପର୍କ ଆମର

ଲୋକ ଦେଖାଣିଆ

ଖାଲି ସମ୍ପର୍କର ସେତୁ

ବାନ୍ଧିବାରେ ତୁମେ ଥିଲ

ନିଆରା ନିଆରା.......।।

ସ୍ୱପ୍ନରେ ଆସୁଥିଲ ଆଉ ଯାଉଥିଲ

ବାସ୍ନାରେ ମନକୁ ମୋର

ବାସ୍ନାୟିତ କରୁଥିଲ

ମୁଁ କିନ୍ତୁ ଥିଲି ନୀରବ ନିଶ୍ଚଳ

ପ୍ରତିତ୍ତୋର କିଛି ନ ଥିଲା ମୋର

ତେଣୁ ଅଭିଯୋଗର ଫର୍ଦ୍ଦକୁ

ଟିକ ଟିକ କରି ଫିଙ୍ଗି ଦେଇଥିଲି

ମୋ ମନରୁ, ହୃଦୟ ରୁ

ଅଭିମାନ ର ଦ୍ୱାହି ଦେଇ

ତୁମ ପାଖେ ସମର୍ପି ଦେବାକୁ ନିଜକୁ

 ଭାବୁଥିଲି ଏକ ବଡ ଅଭିଶାପ ।



Rate this content
Log in

More oriya poem from PUSPALATA SAHOO

Similar oriya poem from Tragedy