ଦୁର୍ଘଟଣା
ଦୁର୍ଘଟଣା




ନଜର ହଟିଲେ ଦୁର୍ଘଟଣା ଘଟିବ
ଜାଣି ଅଜଣା ପଢ଼ି ଅପଢା
ଉନ୍ମାଦ ଗରବ ପଥ ପଥେ ବହୁ
କରେ ଦ୍ରୃତ ଗତି ଗାଡ଼ି ଚଢ଼ା ।।
ଯାହା କହ ତାକୁ ବୁଝୁଛି କେ ଏଠି
ଜାଣିଛନ୍ତି ପରା ସବୁ କିଛି
ଓଲଟା କହିବେ ତୋ ବାପର କି ଗଲା
କିଆଁ ଚାପୁଡ଼ା କୁ ମନ ଅଛି ।।
ଏଭଳି ଜନ ହିଁ ଆଜି ନିତି ନିତି
ଦୁର୍ଘଟଣା ମୁଖେ କବଳିତ
ଠିକ ଥିଲେ କାଳ ଠିକ ଅଛି ସବୁ
ଅଠିକେ ହୁଏ ଆକାଳ ମୃତ ।।
ମନ୍ଥର ଗତି ରେ ସଡ଼କ ପଥରେ
ଗାଡ଼ି ଚଢ଼ି ଗଲେ କାହିଁ କାହିଁ
ନ ହେବ ଦୁର୍ଘଟଣା ଜୀବନ ସୁରକ୍ଷା
ଜାଣି ବୁଝି ଗାଡ଼ି ଚଢ ଭାଇ ।।
ଅମୂଲ୍ୟ ଜୀବନ ଅକାରଣ କିମ୍ପା
ନଷ୍ଟ କରି ଯିବା ନିଜେ ନିଜ
ସଚେତନ ହୋଇ ରାସ୍ତା ର ନିୟମ
ମାନି ଚଳାଅ ଗାଡ଼ିକୁ ଆଜ ।।