Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ajaya kumar Jena

Abstract Tragedy

2  

Ajaya kumar Jena

Abstract Tragedy

ଦୁର୍ଘଟଣା

ଦୁର୍ଘଟଣା

1 min
74


ଗୋଟେ ଦୁର୍ଘଟଣାରେ

ମୋହମାନେ ହୁଅନ୍ତି ଭୂମିଚ୍ୟୁତ

ହସମାନେ ସାଜନ୍ତି ଲୁହଙ୍କର ଦାସ,

ରକ୍ତର ନଦୀସ୍ରୋତେ ଭାସିଯାଏ ଅତୀତ

ଆଉ ବର୍ତ୍ତମାନ ବି ଖୋଜିବୁଲେ

ଦୁଃଖ ସହରରେ ଭବିଷ୍ୟତ ଆୟୁଷ।


ଗୋଟେ ଦୁର୍ଘଟଣାରେ

ସ୍ୱପ୍ନମାନେ କବର ପାଆନ୍ତି

ଖୋଜି ଖୋଜି ସୁଖର ବଳୟ,

ଆଉ ଶହ ଶହ ଅଭିମନ୍ୟୁ ନିହତ ହୁଅନ୍ତି

ସଂସାର ଚକ୍ରବ୍ୟୁହରେ ବାର ବାର ବହୁବାର।


ଗୋଟେ ଦୁର୍ଘଟଣାରେ

ଭୋକମାନେ ଆୟୁଷ୍ମାନ ହୁଅନ୍ତି

ଘୋଷି ଘୋଷି ସଞ୍ଜିବନୀ ମନ୍ତ୍ର,

ଜରାୟୁରୁ ପ୍ରତିଧ୍ୱନି ହୁଅନ୍ତି

ଅଙ୍କୁରିତ ବିକଳାଙ୍ଗ ସ୍ନାୟୁ ତନ୍ତ୍ର।


ଗୋଟେ ଦୁର୍ଘଟଣାରେ

ସମ୍ପର୍କ ହୁଏ ସାତ ସମୁଦ୍ର ପାର

ମହଣ ମହଣ ବିଷ କୁ ଦେହେ ବୋଳି

ପ୍ରେମ କୁ ଘାରେ ପ୍ରତାରଣାର ଆନ୍ତ୍ରିକ ଜ୍ୱର।


ଗୋଟେ ଦୁର୍ଘଟଣାରେ

ଜଣେ ନିଜକୁ ପାଏ

ଏକ ଉପତ୍ୟକା ଯାହା ନିର୍ଜନ!

ଆକାଶ ଛାତିରେ ଓହଳି ଖୋଜୁଥାଏ

ନିରନ୍ତର ଅତୀତର ଅଭୁଲା ଚିହ୍ନ!

ହଁ, ସେ ଖୋଜୁଥାଏ ଅଭୁଲା ଚିହ୍ନ ।



Rate this content
Log in

Similar oriya poem from Abstract