STORYMIRROR

Kalandi pal

Inspirational

3  

Kalandi pal

Inspirational

ଦୁଃଖୀର ଦୁଃଖ ନାଶନେ

ଦୁଃଖୀର ଦୁଃଖ ନାଶନେ

1 min
146


ଅକୁହା ଭାଷାର  ଭାବର ବେଦନା

   ସବୁ ଜାଣ ପ୍ରଭୁ ତୁମେ

ଭଙ୍ଗା ହୃଦୟର   ଆଶାର ପ୍ରତିମା

   ହୋଇ ଠିଆ ହୁଅ ତୁମେ

  ପ୍ରଭୁ, ଦୁଃଖୀର ଦୁଃଖ ନାଶନେ ।0।


ଦୁଃଖୀ ଜୀବନର  ଦୁଃଖର ପସରା

   ଦୁଃଖ ସାଗରରେ ତୁମେ

ଭରି ଦିଅ ସୁଖ    ଅସରା ଅସରା 

   ଅନ୍ତରାଳେ ରହି ତୁମେ

ବେସାହାରା ମନେ ସାହାରା ଯେ ତୁମେ

   ଆଶା ବାଡ଼ି ଅନ୍ଧେ ଯେହ୍ନେ । ୧।


ନିଃସଙ୍ଗ ଜୀବନ   ପ୍ରିୟ ସଖା ତୁମେ

    ତୁମ ବିନା ନାହିଁ ଆନେ

ଶୁନ୍ୟ ଅନ୍ତରର    ସବୁଜିମା ତୁମେ

   ଅନ୍ଧାରେ ଆଲୋକ ତୁମେ

ଜୀବନର ଅନ୍ତେ   ନାମ ଥିବ ସାଥେ

   ଶ୍ମଶାନେ ମହା ପ୍ରୟାଣେ ।୨।



Rate this content
Log in

Similar oriya poem from Inspirational