STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଦୁଃଖ-ଦ୍ରବଣ

ଦୁଃଖ-ଦ୍ରବଣ

1 min
0

କବିତା - ଦୁଃଖ-ଦ୍ରବଣ
 ରଚନା - ପଞ୍ଚାନନ ଜେନା
 ତାରିଖ -୩୧-୦୫-୨୦୨୬
 ++++++++++++++++
 ଭାବିଲେ ନିରୋଳାରେ
ଲାଗେ କୁତୁରୁକାଳିଆ ସୁଖ
 ମୁଁ କୁଆଡ଼େ କିଛି ଗଣାଶୁଣା ଲୋକଙ୍କ ମଧ୍ୟରେ ଅଛି
ଯେଉଁମାନେ କୁଆଡ଼େ ରହୁଛନ୍ତି
 ତଥାକଥିତ ସୁଖ ସୁବିଧାରେ ,ଆରାମ ବିରାମରେ
 ବିଳାସ ବ୍ୟସନରେ ଇତ୍ୟାଦି ଚୁମ୍ବକରେ

 ପୁଣି ଟିକେ ତଳେଇ କରି ଭାବିଲେ
 ଲାଗେ ହାଡ଼ଫୁଟିଆ ଦୁଃଖ
 ମୁଁ କୁଆଡ଼େ ପରାର୍ଦ୍ଧେ ଲୋକ ସମାଗମରେ ମଧ୍ୟ ଅଛି
ଯେଉଁମାନେ କୁଆଡ଼େ ରହୁଛନ୍ତି ଦଳିତ ନିଷ୍ପେଷିତ
 ବିଭୂକ୍ଷୁ ଜନତା ଦରିଦ୍ର ନାରାୟଣ ପରି ସମଦୁଃଖି

 ପୁଣି ଜ୍ଞାନ ଚକ୍ଷୁରେ ଭାବିଲା ବେଳକୁ
ଚୂପକିନା କାନ ମୂଳରେ ଶୁଭିଗଲା

 ଯେଉଁମାନେ ରୁହନ୍ତି ସୁଖରେ ଖୁସିରେ
 ସେମାନଙ୍କର ମଧ୍ୟ ଥାଏ ଗଣ୍ଡା ଗଣ୍ଡା ଦୁଃଖ
 ଧରା ନ ପଡ଼ିବାର ସୁନ୍ଦର ଅଭିନୟ ଜାଣନ୍ତି
କଥାରେ ସର ପକେଇବାରେ ପଟୁ - ଉସ୍ତାଦ ମାନନ୍ତି
ପରିସ୍ଥିତି ଦେଖି ରଙ୍ଗ ବଦଳେଇ ନିଅନ୍ତି
 ସମ୍ଭାଳି ନିଅନ୍ତି ଆତ୍ମସମ୍ମାନରେ ମୁଖ ମୟୁଖ

 ପୁଣି ଅନୁରଣିତ ହେଉଥିଲା
 କାନମୁଣ୍ଡାରେ ଝାଇଁ ଝାଇଁ ଶୁଭିଗଲା

 କିନ୍ତୁ ଯେଉଁମାନେ ଆଜନ୍ମ ଦୁଃଖି
 ସେମାନଙ୍କର କୌଣସି କଷଣ ଘର୍ଷଣ
 ଲୋକ ଲୋଚନରେ ଆଲୋଚ୍ୟ ବର୍ଷଣ
 ଦୁଃଖରେ ଘାଣ୍ଟି ହେବା ହିଁ ସୁଖ ସୁବିଧା ତର୍ପଣ

 ଭାବିଲେ ଆଶ୍ଚର୍ଯ୍ୟ ଚକିତ ହେବ ଜନ୍ତୁରାଣ
ସେହି ଗରିବ ଗୁରୁବା ଶ୍ରେଣୀର କତିପୟ
 ସେହି ଅଧା ଲଙ୍ଗଳା ଅଧା ପୁଙ୍ଗୁଳା କ୍ଷୀଣକାୟ
 କ୍ଷଣିକ ସୁଖକୁ ମୁଠେଇ ମୁଠେଇ ପାରନ୍ତି ଗଣ୍ଠେଇ
ସ୍ଵଳ୍ପକାଳିକ ହସକୁ ଗୋଟେଇ ଗୋଟେଇ ସଞ୍ଜନ୍ତି ଆପଣେଇ
 ଭୋଗୀ ପାରନ୍ତି ନିମିଷକେ ଦୁଃଖ ରୂପକ ଲବଣ- ଦ୍ରବଣ

 ଅନ୍ତର କେବଳ ଗୋଟିଏ ସର୍ବମୂଳ
 ନାଟକୀୟତାର ଅଭାବ ଦିଶେ ଜଳ ଜଳ
ଦୁଃଖ ଯାହା ସତ୍ୟ ତାହା ସର୍ବସମ୍ମୁଖରେ ଛଳ ଛଳ


Rate this content
Log in

Similar oriya poem from Fantasy