Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Panda

Others

4.0  

Pranati Panda

Others

ଦୁହେଁ ତ ଦୁହିଁଙ୍କ ପାଇଁ

ଦୁହେଁ ତ ଦୁହିଁଙ୍କ ପାଇଁ

1 min
166



ତୁମେ ଯଦି ହୁଅ ବିଶାଳ ଆକାଶ

ମୁଁ ତୁମର ଧ୍ରୁବ ମଣି  

ତୁମେ ଯଦି ହୁଅ ସୂରୁଜ ଆକାଶେ

 ମୁଁ ତୁମର ଉଷ୍ମସିନୀ ।


ତୁମେ ଯଦି ହୁଅ ଭସା ବାଦଲ ହେ

ମୁଁ ତୁମର ବର୍ଷା ରାଣୀ  

ତୁମେ ଯଦି ହୁଅ ବିଶାଳ ସାଗର

ମୁଁ ତୁମର ଢେଉ ରାଣୀ । 


ତୁମେ ଯଦି ହୁଅ ବିଶାଳ ପର୍ବତ

ମୁଁ ତୁମର ପ୍ରତିଧ୍ୱନି  

ତୁମେ ଯଦି ହୁଅ ସୁମଧୁର ତାନ 

ମୁଁ ତୁମର ବଂଶୀ ଧ୍ୱନି । 


ତୁମେ ଯଦି ହୁଅ ମନ୍ଦିରେ ଦେବତା

ମୁଁ ତୁମର ଶଙ୍ଖଧ୍ୱନି  

ତୁମେ ଯଦି ପିନ୍ଧ ପାଟ ପିତାମ୍ବରୀ

ମୁଁ ତୁମର କୁଞ୍ଚକାନି ।


ତୁମେ ଯଦି ହୁଅ ଝଙ୍କା ବରଗଛ

ମୁଁ ତୁମ ଶୀତଳ ଛାଇ  

ତୁମର ମୋହର ଏମିତି ସମ୍ପର୍କ

ଦୁହେଁ ତ ଦୁହିଁଙ୍କ ପାଇଁ ।



Rate this content
Log in